ବନଜ୍ୟୋସ୍ନା ପୁସ୍ତକ ମେଳା ଉଦଯାପିତ : ରକ୍ତଦାନ ଶିବିରରେ ୭୦ ୟୁନିଟ୍ ରକ୍ତ ସଂଗୃହୀତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦର ଚତୁର୍ଦ୍ଧଶ ପୁସ୍ତକ ମେଳା ଉଦଯାପିତ ହୋଇଯାଇଛି। ଏହି ଅବସରରେ ଫୁଲବଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଏହି ସଫଳତା ପାଇଁ ଏହାର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ। ଅନ୍ଯତମ ଅତିଥି ଭାବେ ଭୁବନେଶ୍ଵର ର ସାମ୍ବାଦିକ ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଠ ସ୍ତମ୍ଭକାର ଓ ଗବେଷକ ଶ୍ରୀରଙ୍ଗ ନାୟକ ଯୋଗ ଦେଇ ଫୁଲବାଣୀ ର ବହୁ ପୁରାତନ ଐତିହ କୁ ଲୋକଙ୍କ ନିକଟରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଡଃ କାହ୍ନୁଚରଣ ଶତପଥୀ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଭା ଓ ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ମେଳାରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ସମୁଦାୟ ୭୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ଫୁଲବାଣୀ ରକ୍ତଦାନ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଓ ମନୋଜ କୁମାର ଚୌଧୁରୀ, ଉମେଶ ପ୍ରସାଦ ପାତ୍ର ଓ ଟିମ୍ ହ୍ୟୁମାନିଟି କନ୍ଧମାଳର ଭି ଲୋକନାଥ ରାଜୁ, ଜଗନ୍ନାଥ ରାଜୁ ଏବଂ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସହାୟତା କରିଥିଲେ। ସଫଳତାର ସହ ଆୟୋଜିତ ଶିବିର ପାଇଁ ରକ୍ତ ଭଣ୍ଡାର ଅଧିକାରୀ ଡଃ ଜୟଦୀପ ଘୋଷ ଅନୁଷ୍ଠାନ କୁ ମାନପତ୍ର ପ୍ରଦାନ କରିଥିଲେ। ଶେଷରେ ଅନୁଷ୍ଠାନର ଉପସଭାପତି ସୂଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.