ଜିଲ୍ଲା ଠିକାଦାର ଓ ଅନ୍ତଃଜିଲ୍ଲା ଠିକାଦାରଙ୍କ କଳି ଯୋଗୁଁ ଆସିକା କେନ୍ଦ୍ରୀୟ ପଣ୍ୟଗାର ଶ୍ରମିକ ବଳି ପଡ଼ୁଛନ୍ତି..!

add-all


ଆସିକା :- ଆସିକା ବ୍ଳକ ର କର୍ଣ୍ଣଳି ଗ୍ରାମରେ ଭାରତ ସରକାରଙ୍କ ସାଧାରଣ ବ୍ୟାପର, ଖାଦ୍ୟ ସାଧାରଣ ବଣ୍ଟନ ମନ୍ତ୍ରାଳୟର ପ୍ରଶାସନିକ ନିୟନ୍ତ୍ରଣ ରେ ଥିବା ଏକ ସେଣ୍ଟ୍ରାଲ ପବ୍ଲିକ ସ୍କେଟର ଏଣ୍ଟରପ୍ରାଇଜ ପକ୍ଷରୁ ଏକ କେନ୍ଦ୍ରୀୟ ପାଣ୍ୟଗାର ଖୋଲା ଯାଇଛି l ଆସିକା ସମେତ ଶେରଗଡ଼ ସୋରଡ଼ା, ଧରାକୋଟ, ସାନଖେମୁଣ୍ଡି, ଅଂଚଳରୁ ୭୫ ଗୋଟି ମିଲ ର ଚାଷୀ ଠାରୁ ସଂଗୃହିତ ଧାନ ଅଣାଯାଇ ଏହି ମିଲ ରେ ଗଛିତ ହୋଇ ରଖାଯାଏ l ମିଲର ପକ୍ଷରୁ ଗୋଟିଏ ଲଟ ଧାନ (୨୯୦ କୁଇଣ୍ଟାଲ ) ବା ୫୮୦ ପକେଟ ଧାନ ପିଛା ଗୋଦାମ ରେ ରଖିବା ପାଇଁ ଶ୍ରମିକ ର ମୂଲ୍ୟ ବାବଦକୁ ରାଜ୍ୟ ସରକାର ୩୮୧୦ ଟଙ୍କା ଦେଇଥାନ୍ତି l ଏହି ଶ୍ରମିକ ମାନେ ଧାନ ଅଖା, ଚାଉଳ ଅଖା କୁ ଗାଡ଼ିରୁ ଓଲ୍ଲାଇବା ଏବଂଗୋଦାମ ର ଷ୍ଟେକେ ଉପରେ ରଖିବା ନିମନ୍ତେ ପାରିଶ୍ରମିକ ମୂଲ୍ୟ ୩୮୧୦ ଟଙ୍କା,ସରକାର ଧର୍ଯ୍ୟ କରିଛନ୍ତି l ଏଥିରେ ଉଭୟ ମିଲର ସଙ୍ଘ ଏବଂ ହେଣ୍ଡିଲିଙ୍ଗ ଶ୍ରମିକ ଠିକାଦାର ସଂସ୍ଥା ସହଯୋଗ ରେ ଧାନ ବସ୍ତା ଗୋଦାମ ରେ ସୁରକ୍ଷିତ ରହିବ l ଏଠାରେ ଦୈନିକ ୩0 ରୁ ୪୦ ଶ୍ରମିକ କାର୍ଯ୍ୟକରୁଛନ୍ତି l ଶ୍ରମିକ ମାନଙ୍କ ପାଉଣା ନିୟମ ଅନୁସାରେ ହେଣ୍ଡିଂଲିଙ୍ଗ କଣ୍ଟ୍ରାକ୍ଟର ଏବଂ ମିଲର ସଙ୍ଘ ମିଶି ୩୮୧୦ ଟଙ୍କା ଦେବାକଥା l କିନ୍ତୁ ଉଭୟ ଙ୍କ ମଧ୍ୟରେ ହିସାବ ନଚିଡ଼ିବାରୁ ଶ୍ରମିକ ଅଶାନ୍ତି ସହ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି l ଏହା ସାଙ୍ଗକୁ କେତେକ ମିଲର ନିମ୍ନ ମାନର ଚାଉଳ ରିପେକ କରି ପଣ୍ୟଗାରକୁ ଦେଉଥିବା ନେଇ ଚର୍ଚ୍ଚା ହେବା ପରେ ଅଧିକାରୀ ଗୁଣାଭତ୍ତା କୁ ଯାଞ୍ଚ କରିବା ଯୋଗୁଁ ମିଲର ମାନ ଙ୍କର ରୋଷର ଶିକାର ହୋଇଛନ୍ତି ଅଧିକାରୀ ବୋଲି ଚର୍ଚ୍ଚା ହେଉଛି l ମିଲର ମାନେ ୧୯୦୫ ବଦଳରେ ୨୬୦୦ ଟଙ୍କା ଦେଉଥିବା ବେଳେ ଠିକା ଶ୍ରମିକ କଣ୍ଟ୍ରାକ୍ଟର ଟଙ୍କା ନଦେଇ ହଇରାଣ କରୁଥିବା ମିଲର ସଙ୍ଘ ପକ୍ଷରୁ କହୁଥିବା ବେଳେ ହେଣ୍ଡଲିଙ୍ଗ ଶ୍ରମିକ କଣ୍ଟ୍ରାକ୍ଟର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ପର ହେଉନାହିଁ l ମିଲର ମାନଙ୍କ କହିବା ଅନୁସାରେ ଧାନ ମିଲ ରୁ ବାହାର କରି କେନ୍ଦ୍ରୀୟ ପଣ୍ୟଗାର ବାରଣ୍ଡା ରେ ଢ଼ାଳିବା ନିୟମ ରହିଛି l ଏଥି ପାଇଁ ସେମାନେ ଶ୍ରମିକ ମାନଙ୍କୁ ୩୮୧୦ ଟଙ୍କା ର ଅଧା ୧୯୦୫ ଟଙ୍କା ଟଙ୍କା ଦେବେ l ସେହିଭଳି ଶ୍ରମିକ ମାନେ ବାରଣ୍ଡା ରୁ ନେଇ ଗୋଦାମ ର ଷ୍ଟେକେ ଉପରକୁ ଟେକିବା ପାଇଁ ଠିକାଦାର ବଳକା ୧୯୦୫ ଟଙ୍କା ଶ୍ରମିକ ମାନଙ୍କୁ ଦେବା କଥା l ଏଭଳି ଶ୍ରମିକ ମାନଙ୍କୁ ଟଙ୍କା ଦେବା ଉପରେ ଉଭୟଙ୍କ ପକ୍ଷରୁ ଟଣାଓଟରା ଲାଗିରହିଛି l ଅନେକ ଗାଡି ସଠିକ ସମୟରେ ଲୋଡ଼ ଅନଲୋଡ଼ ରେ ଅସୁବିଧା ଦେଖାଦେଇଛି l ଏସମ୍ପର୍କ ରେ ଧାନ ସଂଗୃହିତ ଅଧିକାରୀଙ୍କୁ ପଚାରିବାରୁ ସେ ସୋମବାର ଦିନ ଉଭୟଙ୍କୁ ଡକାଯାଇଛି l ଏହାର ସମାଧାନ ର ରାସ୍ତା ବାହାର କରାଯିବାକୁ କହିଛନ୍ତି l ଦୀର୍ଘ ଦିନର ଅସୁବିଧା ବିଷୟ ଜିଲ୍ଲା ଅଧିକରୀଙ୍କୁ ଜଣାଇଥିଲେ ମଧ୍ୟ ଅଦ୍ୟlବଧି କୌଣସି ସମାଧାନର ରାସ୍ତା ବାହାରିନଥିବା ଜଣାପଡିଛି l ଏହି ଜିଲ୍ଲା ଠିକାଦାର ଓ ଅନ୍ତଃଜିଲ୍ଲା ଠିକାଦାରଙ୍କ କଳି ଯୋଗୁଁ ବିଚରା ଶ୍ରମିକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି l

ad-week
Leave A Reply

Your email address will not be published.