ବିଦ୍ୟୁତ ଉପଭୋକ୍ତା ଓ କର୍ମଚାରୀ ଶୋଷଣ ବିରୁଦ୍ଧରେ ସାଉଥ-କୋ ଘେରାଉ ।

add-all


ବ୍ରହ୍ମପୁର :ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ଦକ୍ଷିଣାଞ୍ଚଳ ଶାଖା ତରଫରୁ ଆଜି ବ୍ରହ୍ମପୁର ସ୍ଥିତ ସାଉଥ-କୋ ର ମୁଖ୍ୟ କାର୍ଯ୍ୟାଳୟ ଟି.ପି.ଏସ.ଓ.ଡି.ଏଲ(TPSODL)କୁ ଘେରାଉ କରାଯାଇଥିଲା । ଶହ ଶହ ବିଦ୍ୟୁତ କର୍ମଚାରୀ ମଡିକାଲ ଛକରୁ ବାହାରି ଏକ ଶୋଭାଯାତ୍ରାରେ ଟାଟା କମ୍ପାନୀର ବିତରଣ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଉପଭୋକ୍ତାଙ୍କ ସମସ୍ୟା ଓ ଦାବୀ କତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ଦୀର୍ଘଦିନ ଧରି କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବା ,ଅସାଧୁ ଉପାୟରେ ନିଯୁକ୍ତି ଦିଆଯାଉଥିବାରୁ ସଙ୍ଘ ତରଫରୁ ଏହାକୁ ବିରୋଧ କରାଯାଇଥିଲା । ଉଡାନରେ ପ୍ରଶିକ୍ଷଣ ପ୍ରାପ୍ତ କର୍ମଚାରୀ ଙ୍କୁ କୁଶଳୀ ହାରରେ ଦରମା ପ୍ରଦାନ କରିବା,ମିଟର ରିଡର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ,ଖାଲି ଥିବା ପଦଵୀ ପୂରଣ କରିବା,କର୍ମଚାରୀଙ୍କୁ ବାର ରୁ ଚଉଦ ଘଣ୍ଟା କାର୍ଯ୍ୟକରାଇବା ବନ୍ଦ କରିବା,ଅଘୋଷିତ ବିଦ୍ୟୁତକାଟ ବନ୍ଦ କରାଇବା ,ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ସିଙ୍ଗଲ ୟିଣ୍ଡୋ କାର୍ଯ୍ୟକାରୀ କରିବା,ମିଟର ଜାଳିୟାତି ନାଁରେ ଉପଭୋକ୍ତାଙ୍କୁ ଶୋଷଣ ନ କରିବା ,୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଦ୍ୟୁତ ଯୋଗାଇବା,ଲୋ -ଭୋଲ୍ଟେଜ ସମସ୍ୟାର ସମାଧାନ କରିବା ପ୍ରଭୂତି ଦାବୀ ନେଇ ସଙ୍ଘ ତରଫରୁ କତ୍ତୃପକ୍ଷ ଙ୍କ ସହ ଆଲୋଚନା କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମ ରେ ସଙ୍ଘର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ,ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ପୀତବାସ ପଣ୍ଡା,ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ମହାନ୍ତି,ଉପସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ଜିଲ୍ଲା ଯୁବ INTUC ସଭାପତି ଚିନ୍ମୟ କୁମାର ହୋତା,ସହ ସଂପାଦକ ସୂର୍ଯ୍ୟ ନାରାୟଣ ବିଷୋୟୀ, ଦିଲ୍ଲୀପ ସାହୁ, ସନ୍ଦୀପ ବେହେରା, ଦୁର୍ଗା ପ୍ରସାଦ ବେହେରା,କ୍ଷୀରୋଦ କୁମାର ସେଠୀ ,ପ୍ରତାପ ଛଟେଇ,ସାରଦା ନାୟକ,ଲେଳିନ ସେଠୀ, ଲକ୍ଷ୍ମୀକାନ୍ତ ମଣ୍ଡଳ,ଶୁକାନ୍ତ ପଣ୍ଡା,ଶ୍ରୀକାନ୍ତ ସ୍ୱାଇଁ,ରାମ ରାଜୁ,ବ୍ୟମେକେଶ ସ୍ୱାଇଁ, ଦିଲ୍ଲୀପ ପ୍ରଧାନ, ମନୋଜ ନାୟକ ଓ ସୁପ୍ରଭା କୁମାରୀ ଦାସ ପ୍ରମୂଖ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.