ଗ୍ରୀଷ୍ମ ଋତୁର ପ୍ରଭାହ ଆଗରୁ ପାନୀୟ ଜଳର ସମସ୍ୟା ….

add-all

ଆର, ଉଦୟଗିରି/୨୬/୨/ଗଜପତି ଜିଲ୍ଲା ଆର ,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ଗ୍ରାମ ପଞ୍ଚାୟତର ଖ୍ରୀଷ୍ଟପୂର ଗ୍ରାମରେ ଗ୍ରୀଷ୍ମ ଋତୁର ପ୍ରବାହ ଆରମ୍ବରୁ ପାନୀୟ ଜଳର ସମସ୍ୟା ଦେଖାଦେଇଛି ।ଯାହା ଫଳରେ ଗ୍ରାମବାସୀ ମାନେ ନାଳ ରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।ଗ୍ରାମରେ ସୋଲାର ଅଛି କିନ୍ତୁ ପାଣି ଆସୁନାହିଁ ।ଗ୍ରାମରେ ନଳକୂପ ଅଛି କିନ୍ତୁ ୨ ଗୋଟି ଅଚଳାବସ୍ଥା ।ଯଦ୍ୟପି ଗୋଟିଏ ନଳକୂପ ରେ ପାଣି ବାହାରୁଛି ପାଣି ପିଇବା ଯୋଗ୍ୟ ନୁହେଁ । ଗ୍ରାମବାସୀ ଅଭିଯୋଗ କରିଛନ୍ତି କିନ୍ତୁ କୌଣସି ଉଚ୍ଚପଦସ୍ଥ ଅଧିକାରୀ ଆସି ପାଣି ର ମାନ ପରୀକ୍ଷା କରି ନାହାନ୍ତି ।ଖାଲି ଏଇ ଗ୍ରାମରେ ନୁହେଁ ସାରା ଛେଲାଗଡ଼ ପଞ୍ଚାୟତର ସ୍ଥିତି ର ନଳକୂପ ପାଣି ର ମାନ ପରୀକ୍ଷା କରି ବା ତ ଦୁରର କଥା ସବୁ ନଳକୂପ ର ପାଣି ପିଇବା ଯୋଗ୍ୟ କହି ନଳକୂପ ଗୁଡ଼ିକରେ ସବୁଜ ରଙ୍ଗ ମାରି ଉଚ୍ଚପଦସ୍ଥ ଅଧିକାରୀ ଙ୍କୁ ରିପୋର୍ଟ ଦିଆଯାଇଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି ।କିନ୍ତୁ ବାସ୍ତବରେ ଏଭଳି ଗ୍ରାମ ଗୁଡ଼ିକରେ ଯଦି ପାନୀୟ ଜଳର ସମସ୍ୟା ସୃଷ୍ଟି ହୁଏ ତା ହେଲେ ଜନସାଧାରଣ ନାହିଁ ନ ଥିବା ର ଅସୁବିଧା ସତ୍ତ୍ୱେ ହଇଜା,କାଲେରା,ମେଲେରିଆ ଭଳି ରୋଗ ରେ ଆକ୍ରାନ୍ତ ହେବାକୁ ପଡ଼ି ପାରେ ।ତେଣୁ ଗ୍ରାମବାସି ମାନେ ଅତ୍ୟନ୍ତ ଭୟଭୀତ ହୋଇ ଜିବନ ଯାପନ କରୁଛନ୍ତି ।ଏଣୁ ଗ୍ରାମବାସୀ ଙ୍କ ଅନୁରୋଧ ଏହି ସମସ୍ୟା ସମ୍ପର୍କରେ ଅବଗତ କରି ଉପରିସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରି ପାନୀୟ ଜଳର ସୁବିଧା କଲେ ସ୍ଥାନୀୟ ଜନସାଧାରଣ ଉପକ୍ରୁତ ହେବେ ।ନଚେତ୍ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ପଞ୍ଚାୟତ ହେଉଛି ବିଜେଡିର ଗଜପତି ଜିଲ୍ଲା ସଭାପତି ଗ୍ରାମ ଅବସ୍ଥା ଖରଦିନ ପାଣି ସମସ୍ୟା ଲାଗିଲାଣି ଅନ୍ୟ ଗ୍ରାମ ଅବସ୍ଥା କପରି ଥିବ ଏହାକୁ ଅନୁମାନ କଲେ ଜୁଝିପାରିବେ ।

ad-week
Leave A Reply

Your email address will not be published.