ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୀତ…

add-all


ବାଲିଗୁଡା,୨୬/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୟନ ସ୍ଥାନୀୟ ମା’ପାଟଖଣ୍ଡା ମନ୍ଦିରର ସମ୍ମିଳନୀ କକ୍ଷରେ ରାଜକିଶୋର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨୦୨୩ ବର୍ଷ ର ଆୟ ବ୍ୟୟ ହିସାବ ସମ୍ପର୍କରେ ଆଲୋଚନା କରିବା ସହିତ ସମିତିର ଆଗାମୀ ୩୫ ତମ ବାର୍ଷିକ ୧୩ ଶମ୍ଭୁ ମିଳନ କିପରି ସମସ୍ତ ଙ୍କ ସହଯୋଗ ରେ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ପର୍ବ ଆରମ୍ଭ କରାଯାଇଥିଲା l ଏ ନେଇ ପରବର୍ତ୍ତୀ ବୈଠକ ମାର୍ଚ୍ଚ ୩ ତାରିଖରେ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା l ପରେ ପରେ ସମିତିର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା l ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ କିଶୋର କୁମାର ପାଳ ମନୋନୀତ ହୋଇଥିବା ବେଳେ ଉପସଭାପତି ସୁଜିତ କୁମାର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ସହ ସମ୍ପାଦକ ଭଗବାନ ପଣ୍ଡା, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା, ମୁଖ୍ୟ ଉପଦେଷ୍ଟା ଭାବେ ସୁରେଶ ଚନ୍ଦ୍ର ମହାନ୍ତି, ସହଯୋଗୀ ଉପଦେଷ୍ଟା ଭାବେ ଲୋକନାଥ ପାଢ଼ୀ, ହିମାଂଶୁ ଶେଖର ଦାସ, ମଦନ ମୋହନ ପାଢ଼ୀ, ରାଜ କିଶୋର ଦାସ, ସଂଗ୍ରାମ କେଶରୀ ସାବତ, ସ୍ଵପ୍ନେଶ୍ଵର ସାହୁ, ଦଣ୍ଡ ଅଧିକାରୀ ଶିବରାମ ପ୍ରାଧନୀ, ସହ ଦଣ୍ଡ ଅଧିକାରୀ ଜଗନ୍ନାଥ ରାଓ, ତବତିଆ ମହାରଣା, ଅଧିକାରୀ ଭାବେ ମନୋଜ କୁମାର ପାଳ,ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ଦୟାନିଧି ସାହୁ, ସୁବାଷ ଚନ୍ଦ୍ର କହଁର, ଦୁଃଖିଶ୍ୟାମ ମହାରଣା, ରଶ୍ମି ରଞ୍ଜନ ମହାରଣା, ସନ୍ତୋଷ କୁମାର ପାତ୍ର, ଶ୍ରୀନିବାସ ଦୋରା, ଶ୍ୟାମ ସୁନ୍ଦର ଦାସ, ପଦ୍ମନ ନାୟକ, ପ୍ରଶାନ୍ତ କୁମାର ସାହୁ, ସୁବାଷ ଚନ୍ଦ୍ର ଆଚାରୀ, ରଞ୍ଜିତ କୁମାର ମହାନ୍ତି ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା l ଶେଷରେ ସଭାପତି ଶ୍ରୀ ପାଳ ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.