ହାଇକୋର୍ଟଙ୍କ ରାୟ; ଜ୍ଞାନବ୍ୟାପୀରେ ପୂଜା କରିପାରିବେ ହିନ୍ଦୁ

add-all

ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ। ହିନ୍ଦୁମାନଙ୍କୁ ପୂଜାପାଠ ଜାରି ରଖିବାକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଆଜି କୋର୍ଟ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାର ଏକ ଶୁଣାଣି କରି ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରିଦେବା ସହ ବାରଣାସୀ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି।

ଗତ ମାସରେ ବାରଣାସୀ ଜିଲ୍ଲା କୋର୍ଟ ଜ୍ଞାନବ୍ୟାପୀର ଏକ କଠୋରୀରେ ହିନ୍ଦୁମାନଙ୍କୁ ପୂଜାପାଠ କରିବାକୁ ଅନୁମତି ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଚ କରି ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରି ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଫେବୃଆରୀ ୨ରେ ହାଇକୋର୍ଟରେ ଆବେଦନ କରିଥିଲେ। 

ଆଜି ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଏ ଉପରେ ଶୁଣାଣି କରି ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ବାରଣାସୀ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି। କୋର୍ଟ କହିଛନ୍ତି, ହିନ୍ଦୁମାନେ ‘ବ୍ୟାସ ତେହଖାନା’ରେ ପୂଜାପାଠ ଜାରି ରଖିପାରିବେ। 

ଦୀର୍ଘଦିନ ଧରି ଜ୍ଞାନବ୍ୟାପୀ ମସଜିଦକୁ ନେଇ ବିବାଦ ଲାଗି ରହିଛି। କାଶୀ ବିଶ୍ୱନାଥ ମନ୍ଦିରରେ ମୁସଲିମ ଶାସନ ସମୟରେ ମସଦିଜ ନିର୍ମାଣ କରାଯାଇଥିବା ଦାବି କରି ଆସୁଛନ୍ତି ହିନ୍ଦୁ ପକ୍ଷ। କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଏହାକୁ ବିରୋଧ କରୁଛି। ଫଳରେ ମାମଲା କୋର୍ଟରେ ପହଞ୍ଚିଛି।

ad-week
Leave A Reply

Your email address will not be published.