ପରଲୋକରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଧାସ

add-all

ନୂଆଦିଲ୍ଲୀ: ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

ତାଙ୍କ ଝିଅ ନାୟାବ ଉଧାସ ଏକ ବିବୃତି ଜାରି କରି ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦ୍ବାରା ଜାରି ଏକ ବିବୃତିରେ ଲେଖାଯାଇଛି, “ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୨୬ ଫେବୃଆରୀ ୨୦୨୪ରେ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ବିୟୋଗ ବିଷୟରେ ଆପଣଙ୍କୁ ଜଣାଇ ଆମେ ଦୁଃଖିତ।“

ପଙ୍କଜ ଉଧାସ ଚାରଣ ୧୭ ମଇ ୧୯୫୧ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଗଜଲ ଗାୟକ ଭାବରେ ଲୋକପ୍ରିୟ ହୋଇଥିଲେ । ଭାରତୀୟ ସଙ୍ଗୀତ ଜଗତରେ ତାଙ୍କୁ ତଲତ ଅଜିଜ୍ ଏବଂ ଜଗଜିତ୍ ସିଂହଙ୍କ ଭଳି ଅନ୍ୟ  ପ୍ରସିଦ୍ଧ ଗଜଲ ଗାୟକଙ୍କ ସହ ତୁଳନା କରାଯାଇଥିଲା। ବଲିଉଡରେ ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି ।

ପଙ୍କଜ ଉଧାସଙ୍କ ଆଜି ପୂର୍ବାହ୍ନ ୧୧ଟାରେ ମୁମ୍ବାଇରେ ପରଲୋକ ଘଟିଥିଲା। ଗତ କିଛି ଦିନ ତଳେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ପଙ୍କଜ ଉଧାସ କିଛି ମାସ ତଳେ କର୍କଟ ରୋଗରେ ପୀଡ଼ିତ ଥିଲେ ଏବଂ ଗତ କିଛି ମାସ ହେବ ସେ କାହାକୁ ଭେଟୁ ନଥିଲେ। ଆସନ୍ତାକାଲି ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ପଙ୍କଜ ଉଧାସ ଗଜଲ ଗୀତ ଦୁନିଆରେ ଏକ ବଡ ନାମ ଥିଲେ । ଗଜଲ ‘ଚିଠି ଆଇ ହୈ’ରୁ ସେ ପ୍ରସିଦ୍ଧି ପାଇଥିଲେ। ୧୯୮୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନାମ’ରେ ଏହି ଗଜଲକୁ ସାମିଲ କରାଯାଇଥିଲା। ପଙ୍କଜ ‘ୟେ ଦିଲ୍ଲାଗି’, ‘ଫିର୍ ତେରି କାହାନି ୟାଦ୍ ଆୟେ’, ‘ଚାଲେ ତୋ କାଟ୍ ହି ଜାଏଗି’ ଏବଂ ‘ତେରେ ବିନ୍’ ଭଳି ଅନେକ ଗଜଲରେ କଣ୍ଠଦାନ କରିଥିଲେ। ମୋହରା ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ‘ନା ଗଜରେ କି ଧାର…’ ତାଙ୍କ କଣ୍ଠର ଯାଦୁର ଆଉ ଏକ ଉଦହାରଣ ।

ad-week
Leave A Reply

Your email address will not be published.