ଆସନ୍ତାକାଲି ବାରବାଟୀ ଷ୍ଟାଡିୟମ ରୂପାନ୍ତରିକରଣ-ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

add-all

କଟକ : ଆସନ୍ତାକାଲି ଐତିହାସିକ ବାରବାଟୀ ଷ୍ଟାଡିୟମର ରୂପାନ୍ତରିକରଣ-ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ । ଭର୍ଚୁଆଲରେ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦ ହଜାର ଦର୍ଶକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ବାଲିଯାତ୍ରା ତଳ ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏନେଇ ଟ୍ରାଫିକ ଆଡ଼ଭାଇଜରି ଜାରି କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ସୁରକ୍ଷା ପାଇଁ ମୋଟ ୧୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। କୁଇକ ରେସପନ୍ସ ଟିମ ରହିବେ। ତିନି ପ୍ରକାର ପାସର ବ୍ୟବସ୍ଥା କରାଯାଇଛି। ଗ୍ୟାଲେରୀ ନମ୍ବର ୧,୨ ଓ ୫ରେ ବିନା ମୂଲ୍ୟରେ ସାଧାରଣ ଦର୍ଶକଙ୍କର ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ସନ୍ଧ୍ୟାରେ ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ନେହା କକ୍କର ଏବଂ ତାଙ୍କ ଗ୍ରୁପ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। କାର୍ଯ୍ୟକ୍ରମରେ ବିସିସିଆଇର ବରିଷ୍ଠ କର୍ମକର୍ତ୍ତା ତଥା କିଛି ଅନ୍ତର୍ଜାତୀୟ କ୍ରିକେଟ ତାରକା ଯୋଗ ଦେଇ ପାରନ୍ତି ।

ad-week
Leave A Reply

Your email address will not be published.