ଦେବଗଡ଼ ତା 26/02/2024 ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ଆମ ହସ୍ପିଟାଲ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ଆମ ହସ୍ପିଟାଲ ରୂପାନ୍ତରିତ ସରକାରୀ ହସ୍ପିଟାଲ କୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି, ଏହି ନେଇ ନୂତନ ବସ ଷ୍ଟାଣ୍ଡ ବାଳିରୋହି ପରିସରରେ ଉତ୍ସବ ଅୟୋଜନ କରାଯାଇଥିଲା। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଉନ୍ନତ ସ୍ୱଚ୍ଛ ପାଇଖାନା, ପାର୍କିଂ ବ୍ୟବସ୍ଥା, ବାଉଁଡେରି ୱାଲ୍, ପୁଷ୍ପ ବଗିଚା, ରୋଗୀ ମାନଙ୍କ ପାଇଁ ଚେୟାର, ମଶା ଧୂପ, ଗରମ ଓ ଥଣ୍ଡା ଜଳର ବ୍ୟବସ୍ଥା, ଏଥିସହ ଆଟେଡେନ୍ଟ ମାନଙ୍କ ପାଇଁ ବିଶ୍ରାମ ଗାର, ହସ୍ପିଟାଲ୍ ସମସ୍ତ ଅଞ୍ଚଳ ରେ ସାନିଟାଇଜ୍, IVR ପ୍ରଦିତି ରେ ରୋଗୀ ମାନଙ୍କ ର ମତାମତ, ଧାଡ଼ି ପରିଚାଳନା ବ୍ୟବସ୍ଥା, ମିଶନ ଶକ୍ତି କେଫ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଶ୍ରାମ ଗାର, ନିରାମୟ କାଉଣ୍ଟର, ହାତ ଧୋଇବା ସ୍ଥାନ, ଅନଲାଇନ୍ ପଞ୍ଜିକରଣ, ରୋଗୀ ମାନଙ୍କ ମତା ମତ ସଂଗ୍ରହ , କର୍ମଚାରୀଙ୍କ ମୁହଁ ଚିହ୍ନଟ କରି ବାଇଓ ମେଟ୍ରିକ୍ ଉପସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ଉତ୍ସବ ରେ ମୁଖ୍ୟ ମନ୍ତ୍ରୀ ଏକଥା କହିଥିଲେ 5ଟି ଅନ୍ତର୍ଗତ ମୋ ହସ୍ପିଟାଲ ଯୋଜନା ଶ୍ରେଣୀର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା,ସ୍ୱାସ୍ଥ୍ୟ କ୍ଷେତ୍ର ରେ ମୋ ହସ୍ପିଟାଲ ଏକ ନୂତନ ଯୁଗର ଅୟୋଜନ କରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରି ଦେଇ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ବିଶ୍ବ ମୋହନ ମିଶ୍ର, ସ୍ଵତନ୍ତ୍ର ବିକାଶ ପରିଷଦ ପାଣ୍ଡିୟା ଭୋଇ ଓ ଅଧ୍ୟକ୍ଷ ବାରକୋଟ ବ୍ଲକ୍ ପୁଷ୍ପାଞ୍ଜଳୀ ପାତ୍ର, ଅଧ୍ୟକ୍ଷ ତିଲେଇବଣୀ ବୃନ୍ଦାବତୀ ଭୋଇ, ଓ ଅଧ୍ୟକ୍ଷ ରିଆମାଳ ବ୍ଲକ ମଧୁସୂଦନ ପ୍ରଧାନ, ଜିଲ୍ଲାସ୍ତରୀୟ ଅଧିକାରୀ, ଓ ଏସ ଏଚ ଜି, ମିଶନ ଶକ୍ତି ସଦସ୍ୟ, ଆଶା ଓ ଅଙ୍ଗନୱାଡ଼ି କର୍ମି ଉପସ୍ଥିତ ଥିଲେ।
