ଜିଲ୍ଳା ପ୍ରେସ କ୍ଲବ ପକ୍ଷରୁ ଆଲୋଚନା ଚକ୍ର…

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ, ଫୁଲବାଣୀ ପକ୍ଷରୁ  ସ୍ଥାନୀୟ ସଭାଗୃହ ଠାରେ କନ୍ଧମାଳ ଜିଲ୍ଲାର ବିକାଶ ରେ ” ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଭୂମିକା,” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ପ୍ରେସ କ୍ଲବ ପକ୍ଷରୁ ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ,ରାଜ୍ଯ ଦୁର୍ନୀତି ନିବାରଣ ମଞ୍ଚର ରାଜ୍ଯ ଉପ ସଭାପତିଙ୍କୁ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା  l ପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଅଙ୍ଗଦ କଅଁର, ଏସ୍ ଡି ସି ଅଧ୍ୟକ୍ଷ ରୋଦନ ମଲିକ, ବିଜେପି ନେତା ତଥା ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ଆଇନଜୀବି, ସଂଗଠକ ତଥା ସରପଞ୍ଚ ସଂଘ ପରାମର୍ଶ ଦାତା ରମେଶ ମହାନ୍ତି, ବିଜେପି ଯୁବ ନେତା, ସଂଗଠକ ପ୍ରଣବ ନାୟକ, କଂଗ୍ରେସର ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ ଯୋଗ ଦେଇ ସମ୍ବିଧାନ ରେ ଲିଖିତ ଥିବା ସ୍ତମ୍ବ ବିଷୟରେ ବକ୍ତବ୍ୟ ରଖିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଶାସକ ଦଳ କିପରି ଭାବେ ସମସ୍ତ୍ ଦାୟିତ୍ଵ ସରକାରୀ ଚାକିରିଆଙ୍କ ହାତରେ ଦେଇ ଶାସନ୍ କାର୍ଯ୍ୟ ପରିଚାଳନା କରୁଛନ୍ତି ତାହା ଉପରେ ବକ୍ତବ୍ୟ ରଖିଥିଲେ lଆଲୋଚନା ସାମାଜ ସେବି ତଥା ଜନ ସଂଗଠକ ପ୍ରଣବ ନାୟକ କନ୍ଧମାଳ ରେ ଯେଉଁ ଦଳର ପ୍ରତିନିଧି ଜିତନ୍ତି ସେମାନେ ଗ୍ରାମାଞ୍ଚଳର ସରପଞ୍ଚ ଠାରୁ ଆରମ୍ଭ କରି ସହରାଞ୍ଚଳର ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ କାର୍ଯ୍ୟ କରିବା ଉଚିତ୍ ବୋଲି ବକ୍ତବ୍ୟ ରଖିଥିଲେ l ସେହିପରି ଆଇନଜିବି ରମେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇ ନିର୍ବାଚିତ ଲୋକ ପ୍ରତିନିଧି ମାନେ ଲୋକଙ୍କ ସମସ୍ୟା ଓ ଅଞ୍ଚଳର ବିକାଶ  ଉପରେ ଦୃଷ୍ଟି ଦେବା ସହ ଲୋକଙ୍କ ନିକଟତର ହେବା ଉଚିତ୍ ବୋଲି କହିଥିଲେ l 
କାର୍ଯ୍ୟକ୍ରମରେ ସମୀକ୍ଷକ ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଡ. ଅରୂପ ଜେନା, ଆଇନଜୀବି ବିଜୟ ପଟ୍ଟନାୟକ,  ପୂର୍ବତନ କର୍ମଚାରୀ ନେତା ବ୍ରଜ କିଶୋର ପଟ୍ଟନାୟକ ଯୋଗ ଦେଇ ସମୀକ୍ଷା କରିଥିଲେ lଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ କମଳା କାନ୍ତ ପାଣ୍ଡେ, ପୂର୍ବତନ ଅଧ୍ୟକ୍ଷ ଫିରିଙ୍ଗିଆ ବ୍ଲକ୍ ଲାଲ ନନ୍ଦା ପ୍ରଧାନ, ଶିକ୍ଷାବିତ୍ ନବ କିଶୋର ରଥ,ବିଜେପି ନେତା ତଥା ସଂଗଠକ ନେତ୍ରମାନ ସେଠ୍,ସମାଜସେବୀ ମହମଦ ଜିଆ ଉଦ୍ଦିନ, ଜାଗ୍ରତ କନ୍ଧମାଳ ସମ୍ପାଦକ ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରା, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
ବରିଷ୍ଠ ସାମ୍ବାଦିକ ତଥା ମିଡିଆ ଫୋରମର ସଭାପତି ସନ୍ତୋଷ କୁମାର ଦିଗାଲ, ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଜୟ ସେନ ପରିଡା,ପ୍ରଶାନ୍ତ କୁମାର ବେହେରା, ଡଃ କାହ୍ନୁ ଚରଣ ଶତପଥୀ, ଶିବ ବିଶ୍ଵାଳ,ଅମ୍ବୁଜ ବେହେରା, ସାମାଜ ସେବୀ ରାଧା ମୋହନ ମହାପାତ୍ର, ଡଃ ସୂର୍ଯ୍ୟ ନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ପ୍ରେସ କ୍ଲବର କାର୍ଯ୍ୟକାରି ସଭାପତି ଅଶୋକ ପରିଡା ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ବିରେନ୍ଦ୍ର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ଦୁଇଶହରୁ ଉର୍ଦ୍ଧ୍ଵ ବୁଦ୍ଧିଜିବୀ,ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ, ଯୁବକ,ମହିଳା ଓ ବହୁ ସାମ୍ବାଦିକ ପ୍ରତିନିଧିମାନେ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.