ରାଜ୍ୟରେ ମିଳିତ ସରକାର ନେଇ କେନ୍ଦ୍ର ନିଷ୍ପତ୍ତି ନେବ: ବିଜୟପାଲ ସିଂହ ତୋମାର

add-all

ଖୁବଶୀଘ୍ର ବିଜେପି ଘୋଷଣା କରିପାରେ ୧୦୦ ଲୋକସଭା ପ୍ରାର୍ଥୀଙ୍କ ନାମ। ଏହି ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୨ରୁ ୩ ଜଣଙ୍କ ନାଁ ରହିପାରେ। ଏହା କହିଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର। ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଏଭଳି ସୂଚନା ଦେଇଛନ୍ତି ବିଜୟ ପାଲ ସିଂ।

ସେ ଆହୁରି କହିଛନ୍ତି, ଆଜି ଓ ଆସନ୍ତାକାଲି କ୍ଲଷ୍ଟର ଦାୟିତ୍ୱରେ ଥିବା ନେତାଙ୍କ ସହ ବୈଠକ ହେବ। ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରାଯିବ। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଓଡ଼ିଶାରେ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ମଧ୍ୟ ଆଲୋଚନା ହେବ।

ରାଜ୍ୟରେ ମିଳିତ ସରକାର ହେବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ସେ କହିଛନ୍ତି, କେନ୍ଦ୍ର ସେହି ନିଷ୍ପତ୍ତି ନେବ।  କେନ୍ଦ୍ର ଯାହା କରିବ ତାହା ଆମେ ସ୍ୱୀକାର କରିବୁ। ଆମେ ଉଭୟ ବିଧାନସଭା ଓ ଲୋକସଭା ସବୁ ଆସନରେ ଲଢ଼ିବୁ ଏବଂ ଉଭୟରେ ଭଲ ପ୍ରଦର୍ଶନ କରିବୁ। ଆମେ ଲଢେଇ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଅଛୁ।

ad-week
Leave A Reply

Your email address will not be published.