ବାପାକୁ ପିଟିପିଟି ହତ୍ୟା କଲା ପୁଅ

add-all

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଘେନୁୁପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି।  ବାପକୁ ହତ୍ୟା କରିଛି  ପୁଅ। ବାପକୁ ପିଟିପିଟି ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ନାଁ ଲିଙ୍ଗରାଜ କୁମୁରା ହୋଇଥିବାବେଳେ ଅଭିଯୁକ୍ତ ପୁଅ ହେଉଛନ୍ତି ଅମୂଲ୍ୟ କୁମୁରା। ଗତକାଲି ବିଳମ୍ବିତ ରାତ୍ରିରେ କୌଣସି କାରଣକୁ ନେଇ ବାପ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୁଅ ଉତ୍ତ୍ୟକ୍ତ ହୋଇ ବାପାକୁ ପ୍ରବଳ ମାଡ଼ ମାରିଥିଲା। ଏଥିରେ ବାପା ଲିଙ୍ଗରାଜ ଅଚେତ ହେବାରୁ ପୁଅ ଫେରାର ମାରିଥିଲା। ତେବେ ସ୍ଥାନୀୟ ଲୋକେ ବାପକୁ ହସ୍ପିଟାଲ ପଠାଇଥିବାବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.