କଳାକାରଙ୍କ ବିୟୋଗରେ ବରିଷ୍ଠ କଳାକାର ସଂଘର ଶୋକସଭା

ବ୍ରହ୍ମପୁର : ସୁପ୍ରସିଦ୍ଧ ଗଜଲ୍ ଗାୟକ ପଦ୍ମଶ୍ରୀ ପଙ୍କଜ ଉଧାସ (୭୨)ଙ୍କ କର୍କଟ ରୋଗ ଚିକିତ୍ସାଧିନ ଅବସ୍ଥାରେ ଇହଲୀଳା ସମ୍ବରଣ ଏବଂ ଦୁର୍ଘଟଣା ଜନିତ ତିନି ମଞ୍ଚ ଅଭିନେତ୍ରୀ ଜ୍ଯୋତ୍ସ୍ନାରାଣୀ ପରମାଣିକ (୩୪), ବେବିରାଣୀ ଦାଶ (୩୨) ଓ ଟେଲି ଧାରାବାହିକ ଅଭିନେତ୍ରୀ ରାଜଲକ୍ଷ୍ମୀ ରାଉତ (୩୧)ଙ୍କ ଅକାଳ ବିୟୋଗରେ କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ଏକ ଶୋକସଭା ସୁବାରାଓ ଛକ ସ୍ଥିତ ଗଞ୍ଜାମ ଜିଲ୍ଲା ଶାଖା ସଂଘ କାର୍ଯ୍ୟାଳୟ ଠାରେ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭିକ ସୂଚନା ଦେବାପରେ ସ୍ବର୍ଗତ ଆତ୍ମାମାନଙ୍କର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନାଟ୍ଯ-ସୂର୍ଯ୍ଯ ଦେବେନ୍ଦ୍ର ପ୍ରସାଦ ଶର୍ମା, ବରିଷ୍ଠ କଳାକାର ଶେଖର ସ୍ବାମୀ ଏବଂ ସୁନାମଧନ୍ୟ ମଞ୍ଚ ଅଭିନେତା ହିମାଂଶୁ ଶେଖର ବେହେରା ଦିବଙ୍ଗତ କଳାକାର ମାନଙ୍କ କୃତିରାଜିର ସିଂହାବଲୋକନ କରିଥିଲେ। ଏହି ଅବସରରେ ଚିକିତ୍ସାଧିନ କଳାକାର ଉତ୍କଳ କେଶରୀ ସ୍ବାଇଁ, ଅଲେଖ ସ୍ବାଇଁ, କୁସୁମଲତା ଆଚାରୀ,ରୁବି ନାଥ ପ୍ରମୁଖଙ୍କ ଆଶୁ ଆରୋଗ୍ଯ କାମନା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ କୁମାର ସାହୁ, ଜି. କାମରାଜୁ ପାତ୍ର, ମହେନ୍ଦ୍ର କୁମାର ସାହୁ, ବଳଦେବ ସାହୁ, ସୁଦାମ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.