
ମାଲକାନଗିରି, ୨୭।୨ : ତୃଣମୂଳ ସ୍ତରରୁ ସୁଦୃଢ ହେଉଛି ବିଜୁ ଜନତା ଦଳ। ଯାହାକୁ ନେଇ ଅନ୍ୟ ଦଳୀୟ କର୍ମୀ ବର୍ତ୍ତମାନ ବିଜେଡି ମୁହାଁ । ଏହି କ୍ରମରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତର ବିଜେପି ସକ୍ରିୟ ଓ ପ୍ରଭାବ ଶାଳୀ କର୍ମୀ ବିଭୁତି ମିସ୍ତ୍ରୀ, ଅରବିନ୍ଦ ବିଶ୍ୱାସ, କମଲେଶ ସରକାର, ମନୋରଞ୍ଜନ ସରକାର, ହରିପଦ ଗୋଲଦାର, ସପନ ସରଦାର, ବିଜୟ ଚୌକିଦାର, କିଶୋର ମଣ୍ଡଳ, ରଞ୍ଜିତ ଗାଇନ, ମିଥୁନ ମଣ୍ଡଳ ପ୍ରମୁଖଙ୍କ ସହ ୧୦୦ରୁ ଊର୍ଦ୍ଧ୍ଵ କର୍ମୀ ଦଳ ଛାଡି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବେ ମାଲକାନଗିରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସହ ନୂଆ ଓଡ଼ିଶା ଗଠନ ଦିଗରେ ଏକାଠି ହୋଇ କାମ କରିବାକୁ ଏହି ଅବସରରେ ସେମାନେ ସଂକଳ୍ପ ନେଇଛନ୍ତି । ଆଜିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ମଧ୍ୟରେ ଉପସ୍ଥିତ ଥିଲେ ମାଲକାନଗିରି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ, ଜିଲ୍ଲା ପରିଷଦ ସଭ୍ୟା ଅପର୍ଣ୍ଣା ମଣ୍ଡଳ, କାଲିମେଳା ବ୍ଲକ ସଭାପତି ଶରତ ଚନ୍ଦ୍ର ବିଶ୍ୱାଳ, ସାଂସଦ ପ୍ରତନିଧି ଇ.ଭେଙ୍କେଟ୍ ରାଓ ଏବଂ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ବିଜୁ ଜନତା ଦଳର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।