ଦେବଗଡରେ କ୍ରିକେଟ ଏକାଡେମୀ ସ୍ଥାପନ ପାଇଁ ଶିଳାନ୍ୟାସ

add-all

ଦେବଗଡ ,୨୭ା୨: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆନୁକୂଲ୍ୟରେ କ୍ରିକେଟ ଖେଳ ଓ ଖେଳାଳୀଙ୍କର ବିକାଶ ନିମନ୍ତେ ଆଜି ରାଜ୍ୟର ୪୧ଟି ସ୍ଥାନରେ କ୍ରିକେଟ ଏକାଡେମୀ ସ୍ଥାପନ ପାଇଁ ଶିଳାନ୍ୟାଶ କରାଯାଇଛି । ଏହି କ୍ରମରେ ଦେବଗଡ ଜିଲାରେ ମଧ୍ୟ ଏକ କ୍ରିକେଟ ଏକାଡେମୀ ସ୍ଥାପନ ପାଇଁ ଶିଳାନ୍ୟାଶ କରାଯାଇଛି । ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ଜିଲା କ୍ରିକେଟ ଏସୋସିଏସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଉପସ୍ଥିତିରେ ଆଭାସୀ ଯୋଗେ ବଟମ ଚିପି ଏହି ଏକାଡେମୀର ଶିଳାନ୍ୟାଶ କରିଥିଲେ । ଜିଲା କ୍ରିକେଟ ଏସୋସିଏସନର ସମ୍ପାଦକ ଇଂ ସୁଜିତ କୁମାର ପ୍ରଧାନଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଦେବଗଡ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ, ଜିଲା କ୍ରିକେଟ ଏସୋସିଏସନର ଉପ ସଭାପତି ନବୀନ କୁମାର ପାଣି, ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଓ ଜିଲା ବିଜେଡି ସଭାପତି ଇଂ.ଚିତ ରଞ୍ଜନ ପ୍ରଧାନ ମଂଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଧିରେନ୍ଦ୍ର କୁମାର ନାୟକ, ପ୍ରାକ୍ତନ କ୍ରିକେଟ ଖେଳାଳୀ ପ୍ରମୋଦ କୁମାର ମିଶ୍ର ଓ ପ୍ରଭାସ ଚନ୍ଦ୍ର ମିଶ୍ର, ଇଂ. ଭୂବନେଶ୍ୱର ପ୍ରଧାନ, ହେମନ୍ତ କୁମାର ମହାପାତ୍ର,ସନ୍ତୋଷ କୁମାର ଦେବତା, ସତ୍ୟ ନାରାୟଣ ପାଣି, ଅଭୟ କୁମାର ନନ୍ଦ,ମନୋଜ କୁମାର ଆଚାର୍ଯ୍ୟ, ଦିଲ୍ଲିପ କୁମାର ସାହୁ, ସୁବାସ କୁମାର ପୃଷ୍ଟି , ପ୍ରଦ୍ୟୁମ୍ନ କୁମାର ଭୁକ୍ତା, ବେଣୁଧର ଗଡନାୟକ,ଡିଲେଶ୍ୱର ସ୍ୱାଇଁ, ରଞ୍ଜିତା ମିଶ୍ର,ଚିତ ରଞ୍ଜନ ଦାସ, ଅଞ୍ଜନ କୁମାର ପ୍ରଧାନ, କିଶୋର ରାୟ ଓ ଅରୁଣ କୁମାର ଦେହୁରୀଙ୍କ ସମେତ ବହୁ ଉଦୀୟମାନ କ୍ରିକେଟ ଖେଳାଳୀ ଓ କ୍ରିକେଟ ପ୍ରେମୀ ଉପସ୍ଥିତ ଥିଲେ । ଆଜିର ଶିଳାନ୍ୟାଶ ଉତ୍ସବ ପରେ ଦେବଗଡ ଜିଲାର କ୍ରିକେଟ ଖେଳାଳୀ ଓ କ୍ରିକେଟ ପ୍ରେମୀ ମାନଙ୍କ ମଧ୍ୟରେ ବେଶ ଆନନ୍ଦ ପ୍ରକାଶ ପାଇବାସହ ଜିଲାରୁ ଅଧିକ ଜାତୀୟ ଏବଂ ଆନ୍ତର୍ଯ୍ୟାତୀୟ କ୍ରିକେଟ ଖାଳାଳୀ ସୃଷ୍ଟି ହେବା ନେଇ ନୂତନ ଆଶା ସଂଚାର ହୋଇଛି ।

ad-week
Leave A Reply

Your email address will not be published.