ଜଙ୍ଗଲ ନିଆଁ ସଚେତନ ଶିବିର

add-all


ଦାରିଙ୍ଗବାଡି, ୨୭/୨ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ଗତକାଲି ଜଙ୍ଗଲ ନିଆ ସଚେତନ ଶିବିର ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରି ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରାହ୍ମଣୀଗାଁ ବନ ସୁରକ୍ଷା ସମିତି ସଭାପତି ଚିତ୍ରସେନ ପାତ୍ର ଯୋଗ ଦେଇଥିଲେ। ବ୍ରାହ୍ମଣୀଗାଁ ହାଟବାର ଥିବାରୁ ଆଠ ଗୋଟି ଗ୍ରାମ ପଞ୍ଚାୟତର ଜନ ସାଧାରଣଙ୍କ ଭିଡ ଜମିଥିଲା। ହାଟ ନିକଟରେ ବନାଞ୍ଚଳ କାର୍ଯ୍ୟ ଥିବାରୁ ଜଙ୍ଗଲ ନିଆ ସଚେତନ କାର୍ଯ୍ୟକ୍ରମ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତା କଡରେ କାରା ଯାଇଥିଲା।ନାଚ ଗୀତ ମାଧ୍ୟମରେ ସଚେତନ କାର୍ଯ୍ୟ କ୍ରମ କରା ଯାଇଥିବାରୁ ବହୁ ସଂଖ୍ୟାରେ ଜନ ସଧାରଣ ଯୋଗ ଦେଇଥିଲେ। କାର୍ଯ୍ୟ କ୍ରମ ସଂଯୋଜନା ଭାରପ୍ରାପ୍ତ ବନପାଳ ଦୀପକ ରଞ୍ଜନ ପଟ୍ଟନାୟକ କରିଥିବା ବେଳେ, କାଟିଙ୍ଗିଆ ଫରେଷ୍ଟର ସରୋଜ ମଙ୍ଗରାଜଙ୍କ ସହିତ ବନାଞ୍ଚଳ କାର୍ଯ୍ୟାଳୟ ଅଧିନସ୍ତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ।

ad-week
Leave A Reply

Your email address will not be published.