ମୃତ ଅଙ୍ଗନବାଡି କର୍ମୀଙ୍କ ଅସହାୟ ପରିବାରକୁ ସହାୟତା ପାଇଁ ଦାବି

add-all

ହିଞ୍ଜିଳିକାଟୁ ୨୭/୨ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୪ର ହିଞ୍ଜିଳି ଗ୍ରାମର ଅଙ୍ଗନବାଡି କର୍ମୀ ସୁଚିତ୍ରା ଚୌଧୁରୀ (୪୩) ଙ୍କ ମଙ୍ଗଳବାର ମୃତ୍ୟ ହୋଇଯିବାରୁ ତାଙ୍କ ପରିବାର ୩ ପ୍ରାଣୀ କୁଟୁମ୍ବ,ଅତି ଅସହାୟ ହୋଇପଡ଼ିଛନ୍ତି। ସୂଚନା ଥାଉକି ଏକ ବର୍ଷ ହେବ ସୁଚିତ୍ରା କ୍ୟାନସର ପୀଡ଼ିତ ହୋଇ ଅର୍ଥ ଅଭାବରୁ ଘରେ ଚିକିତ୍ସିତ ଅବସ୍ଥାରେ ଥିଲେ ।ଗତ ବୁଧବାରଦିନ ମୃତ ସୁଚିତ୍ରା ଙ୍କ ସ୍ବାମୀ ପ୍ରମୋଦ ପୋଚିଲିମା ଛକ ଠାରେ ଏକ ଘରୋଇ ଵସ ଧ୍ୟକାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଉଲ୍ଲେଖନୀୟ ଯେ, ମୃତ ସୁଚିତ୍ରା ପରିବାରର ଏକମାତ୍ର ରୋଜଗାର କ୍ଷମ ଥିଲେ ଅକାଳ ମୃତ୍ୟୁ ପାଇଁ ପରିବାର ପୁଅଝିଅ ଅତି ଅସହାୟ ହୋଇ ପଡ଼ିଥିଲେ । ଏକ ସଙ୍ଗେ ବାପ’ଙ୍କ ଦୁର୍ଘଟଣା ଓ ମାଁ ସୁଚିତ୍ରା ଙ୍କ ମୃତ୍ୟୁ ହୋଇ ଯିବାରୁ ୨ ଜଣ ଭାଇଭଉଣୀ ଅସହାୟ ହୋଇପଡ଼ିଛନ୍ତି । ଖବର ପାଇ ହିଞ୍ଜିଳିକାଟୁ ଓ ବ୍ଳକ ର ବହୁ ଅଙ୍ଗନୱାଡି କର୍ମୀ’ସିଡିପିଓ, ସ୍ଥାନୀୟ ନେତୃବୃନ୍ଦ ଶେଷ ଦର୍ଶନ କରିଥିଲେ ଓ ଅସହାୟ ପରିବାର ଝିଅକୁ ଚାକିରୀ ପ୍ରଦାନ ସହ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ। ପରିବାର କୁ ସରକାରୀ ସୁବିଧା ସୁଯୋଗ ଯଥାଶୀଘ୍ର ଯୋଗାଇ ଦେବା ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର କୁ ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ଅଞ୍ଚଳବାସୀ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.