ମୋଦୀଙ୍କ କଥା ମାନି ଭାରତରେ ବିବାହ କରୁଛନ୍ତି ଅନନ୍ତ !

add-all

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନ ଅର୍ଥାତ୍ ମାର୍ଚ୍ଚ ୧-୩ତାରିଖ ପର୍ଯ୍ୟନ୍ତ ବିବାହ ପୂର୍ବ କାର୍ଯ୍ୟକ୍ରମ ହେବ।

ତେବେ ଅନେକ କଳାକାର ବିଦେଶରେ ଯାଇ ବିବାହ କରୁଥିବା ବେଳେ ଅମ୍ବାନୀ ପରିବାର ଗୁଜରାଟର ଜାମନଗର ଭଳି ଛୋଟ ସହରରେ କାହିଁକି ଅନନ୍ତଙ୍କ ବିବାହ କାର୍ଯ୍ୟକ୍ରମର ଆୟୋଜନ କଲେ ତାହା ସାମ୍ନାକୁ ଆସିଛି। ଅନନ୍ତଙ୍କ କହିବା ମୁତାବକ, ମୁଁ ଜାମନଗରରେ ଛୋଟରୁ ବଡ ହୋଇଛି। ଏହା ମୋର ସୌଭାଗ୍ୟ ଯେ ଆମେ ଏହି ସ୍ଥାନରେ ଆମର ବିବାହ ଉତ୍ସବ ଯୋଜନା କରିବାରେ ସକ୍ଷମ ହେଲୁ। ଏହା ମୋର ଜେଜେମା’ଙ୍କ ଜନ୍ମସ୍ଥାନ। ଏହା ହେଉଛି ଜେଜେବାପା ଏବଂ ବାପାଙ୍କ କର୍ମସ୍ଥାନ। ଆମ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲୋକମାନେ ଭାରତରେ ବିବାହ କରିବା ଉଚିତ। ଏହା ମଧ୍ୟ ଏକ କାରଣ। ଜାମନଗର ମୋର ଘର।  ସେଥିପାଇଁ ଆମେ ଏଠାରେ ଆମର ବିବାହ କାର୍ଯ୍ୟକ୍ରମକୁ ଏଠାରେ ପାଳନ କରୁଛୁ। ମୁଁ ସ୍ୱୀକାର କରୁଛି ଯେ ମୁଁ ଜାମନଗରର, ମୁଁ ଏହି ସ୍ଥାନର ନାଗରିକ।

ad-week
Leave A Reply

Your email address will not be published.