ସୋଲାର ଯୋଜନାକୁ କ୍ୟାବିନେଟ ଅନୁମତି, ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି

add-all

ନୂଆଦିଲ୍ଲୀ : ନବୀକରଣ ଯୋଗ୍ୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି।
ଏହି ଯୋଜନା ଅଧୀନରେ ଛାତ ଉପରେ ସୋଲାର ସିଷ୍ଟମ ବ୍ୟବସ୍ଥା ପାଇଁ ୧ କୋଟି ପରିବାରକୁ ୭୮ ହଜାର ଟଙ୍କା ଯାଏ ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ସେମାନେ ମାସିକ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ପାଇପାରିବେ।
କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କେନ୍ଦ୍ର କ୍ୟାବିନେଟ ଆଜି ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ଅନୁମୋଦନ ଦେଇଛି। ଏହି ଯୋଜନା ପାଇଁ ୭୫,୦୨୧ କୋଟିର ବ୍ୟୟବରାଦ ହୋଇଛି। ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାରକୁ ଲଞ୍ଚ କରିଥିଲେ।
ଏହି ଯୋଜନା କେବଳ ପରିବାର ସଦସ୍ୟମାନଙ୍କୁ ସହାୟତା କରି ଘରୋଇ ସୋଲାର ଏନର୍ଜି ଉପକରଣର ଉତ୍ପାଦନକୁ ପ୍ରୋତ୍ସାହିକ କରିବ ନାହିଁ, ବରଂ ଏହା ୧୭ ଲକ୍ଷ ଲୋକଙ୍କୁ ସିଧାସଳଖ ନିଯୁକ୍ତି ଦେବ। ଏହା ଭାରତ ବିକାଶରେ ନୂଆ ମାଇଲଖୁଣ୍ଟ ଭାବେ ପରିଚୟ ହାସଲ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଠାକୁର କହିଛନ୍ତି।
ଶ୍ରୀ ଠାକୁର ଆହୁରି କହିଛନ୍ତି, ଲୋକଙ୍କୁ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ମଳିବ। ଏହାବାଦ ଲୋକମାନେ ବାର୍ଷିକ ୧୫ ହଜାର ଟଙ୍କାର ଫାଇଦା ପାଇବେ। ୨ କିଲୋୱାଟ ଯାଏ ସୋଲାର ପ୍ଲାଣ୍ଟ ପାଇଁ ସରକାର ୬୦% ସବସିଡି ଦେବେ। ଏହାପରେ ଯଦି ଆଉ ଗୋଟିଏ କିଲୋୱାଟ ବୃଦ୍ଧି କରିବେ, ତା’ହେଲେ ୪୦% ସବସିଡି ମିଳିବ। ପ୍ରତି ପରିବାରକୁ ସୋଲାର ପ୍ଲାଣ୍ଟ ବ୍ୟବସ୍ଥା କରିବା ପାଇଁ ସରକାର ପ୍ରାୟ ୭୮ ହଜାର ଟଙ୍କାର ସବସିଡି ଯୋଗାଇ ଦେବେ।
ଏହାବାଦ ଗ୍ରୁପ ହାଉସିଂ ସୋସାଇଟି କିମ୍ବା ଆରଡବ୍ଲ୍ୟୁୟୁ ପକ୍ଷରୁ ସର୍ବସାଧାଣ ସ୍ଥାନରେ ଲାଇଟ ଲଗାଇବା କିମ୍ବା ରିଚାର୍ଜ ବ୍ୟବସ୍ଥା କରିବା ପାଇଁ ଯଦି ସୋଲାର ପ୍ଲାଣ୍ଟର ବ୍ୟବହାର କରାଯାଏ, ତା’ହେଲେ ପ୍ରତି କିଲୋୱାଟ ପିଛା ସରକାର ୧୮ ହଜାର ଟଙ୍କାର ସବସିଡି ଯୋଗାଇ ଦେବେ।

ad-week
Leave A Reply

Your email address will not be published.