ସନ୍ଦେଶଖାଲି ମାମଲା: ଶେଖ ଶାହଜାହାଁକୁ ୬ ବର୍ଷ ପାଇଁ ନିଲମ୍ବିତ କଲା ଟିଏମସି

add-all

କୋଲକାତା: ଗତ କିଛି ଦିନ ଧରି ଫେରାର ଥିବା ଟିଏମସି ନେତା ଶେଖ ଶାହାଜାହାନଙ୍କୁ ଆଜି ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି। ତାଙ୍କୁ ଅଦାଲତରେ ହାଜର କରାଯାଇ ୧୦ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହା ପରେ ଏବେ ଶାହାଜାହାଁଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଦଳ ତାଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି।
ସୂଚନାଯୋଗ୍ୟ, ରାସନ ଦୁର୍ନୀତିରେ ଇଡି ଅନେକ ଦିନ ଧରି ଶାହାଜାହାଁଙ୍କୁ ଖୋଜୁଥିଲା, କିନ୍ତୁ ସେ ଫେରାର ଥିଲା। ନିକଟରେ ଇଡିର ଏକ ଟିମ୍ ତାଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ତାଙ୍କ ସମର୍ଥକମାନେ ଟିମ୍ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ସେବେଠାରୁ ଶାହାଜାହାଁ ଫେରାର ଥିଲା। ତେବେ ତାକୁ ନେଇ ଟିଏମସି ସାରା ଦେଶରେ ସମାଲୋଚନାର ସରବ୍ୟ ହେଉଥିଲା । ରାଜ୍ୟରେ ବିଜେପି ଓ ବାମ ଦଳ ଶାହଜାହାଁକୁ ନେଇ ଟିଏମସିକୁ ଟାର୍ଗେଟ କରୁଥିଲେ ।
ଶାହଜାହାଁକୁ ଗିରଫ କରିବା ପରେ ଟିଏମସି ବିଜେପିକୁ ପାଲଟା ଟାର୍ଗେଟ କରିଛ । ଟିଏମସି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ବ୍ରଜ ଭୂଷଣ ଶରଣ ସିଂହ ଏବଂ ଅଜୟ ମିଶ୍ର ଟେନିଙ୍କୁ ବହିଷ୍କାର କରିବାକୁ ଦାବି କରିଛି।

ad-week
Leave A Reply

Your email address will not be published.