ସ୍କୁଲରେ ମାତାଲ ଶିକ୍ଷକ: କହିଲେ ମୁଁ ପ୍ରତିଦିନ ପିଏ, ଫଟୋ ଉଠାଇଲେ ଉଠାଅ

add-all

ସ୍କୁଲ ଭିତରେ ମାତାଲ ଶିକ୍ଷକ। ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ବସି ପିଉଛନ୍ତି ମଦ। ହାତରେ ମଦ ବୋତଲ ଓ ଗ୍ଲାସ୍‌ ଧରି ତିଆରି କରୁଛନ୍ତ ପେଗ୍‌। ବାରଣ କରିବା ପରେ ବେଧଡକ ଅନ୍ଦାଜରେ କହିଲେ ମୋ ଇଚ୍ଛା ଯାହା କରିବାର ଅଛି କର। ମୁଁ ପ୍ରତିଦିନ ପିଏ। ସ୍କୁଲ ଭିତରେ ଶିକ୍ଷକଙ୍କ ଏଭଳି କିଛି ଦାଦାଗିର ଏବେ ସୋଶାଲ ମିଡିଆରେ ଭାଇରାଲ ହୋବରେ ଲାଗିଛି।

ଛତିଶଗଡର ବିଳାସପୁର। ଏଠାକର ମସ୍ତୁରୀ ବ୍ଲକ ସ୍ଥିତ ଏକ ପ୍ରାଥମିକ ସ୍କୁଲର ଏହି ଘଟଣା। ବୁଧବାର ସ୍କୁଲ ଖୋଲିଥିଲା। ପିଲାମାନେ ଓ ଶିକ୍ଷକ ସ୍କୁଲରେ ଉପସ୍ଥିତ ଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ଗଣେଶ ଚୌହାନରେ ସ୍କୁଲ ଅଫିସରେ ବସିଥିଲେ। ଅନ୍ୟ ଶିକ୍ଷକମାନେ ମଧ୍ୟ ନିଜ କାମରେ ଲାଗିଥିଲେ। ଏହି ସମୟରେ ଏଠାକାର ଜଣେ ସହାୟକ ଶିକ୍ଷକ ସନ୍ତୋଷ କୁମାର କେଉଟ ମାତାଲ ଅବସ୍ଥାରେ ପକେଟରେ ଏକ ମଦ ବୋତଲ ଓ କିଛି ଜିନିଷ ଧରି ସ୍କୁଲରେ ପହଞ୍ଚିଥିଲେ।

ad-week
Leave A Reply

Your email address will not be published.