ଲିଭ -ଇନ୍‌ରେ ଥିବା ମୁସଲିମ୍‌ ମହିଳା ଲୋଡ଼ିଲେ ସୁରକ୍ଷା, କୋର୍ଟ କହିଲେ- ଏହା ବ୍ୟଭିଚାର

add-all

ନୂଆଦିଲ୍ଲୀ : ବିବାହିତା ହେବା ସତ୍ତ୍ୱେ ହିନ୍ଦୁ ପୁରୁଷଙ୍କ ସହ ଲିଭ -ଇନ୍‌ରେ ରହିଥିବା ମୁସଲିମ ମହିଳାଜଣକ କୋର୍ଟଙ୍କ ନିକଟରେ ସୁରକ୍ଷା ଲୋଡ଼ିଛନ୍ତି। ତେବେ ଏହାକୁ ନେଇ ମହିଳାଜଣଙ୍କୁ କୋର୍ଟ କଡ଼ା ଜବାବ ଦେବା ସହ ଏହା ବ୍ୟଭିଚାର ସହ ସମାନ ବୋଲି କହିଛନ୍ତି । ମହିଳାଜଣକ ଧର୍ମ ପରିବର୍ତ୍ତନ ପାଇଁ ଆବେଦନ କରି ନ ଥିବା ବେଳେ ନିଜ ସ୍ୱାମୀଙ୍କଠାରୁ ବି ଛାଡ଼ପତ୍ର ନେଇ ନାହାନ୍ତି। ତେଣୁ ଏପରି କ୍ଷେତ୍ରରେ ସେ ସୁରକ୍ଷା ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି କୋର୍ଟ। ଏପରି ଏକ ଘଟଣା ଆହ୍ଲାବାଦ ହାଇକୋର୍ଟରେ ଘଟିଛି ।
ମୁସଲିମ୍‌ ଆଇନ ଅନୁଯାୟୀ, ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କ ବ୍ୟତୀତ ଆଉ କାହା ସହ ରହିବାକୁ ଘୃତ୍ୟ ଅପରାଧ ବୋଲି ବିବେଚନା କରାଯାଏ। ତେଣୁ ଅନ୍ୟ ପୁରୁଷ ସହ ତାଙ୍କ ସମ୍ପର୍କକୁ ବ୍ୟଭିଚାର ତଥା ନିୟମ ବିରୋଧ ବୋଲି ବିବେଚନା କରାଯିବ ।
ନିଜ ପିତା ଓ ସମ୍ପର୍କୀୟ ହତ୍ୟା ଧମକ ଦେଉଥିବା ମହିଳାଜଣକ କୋର୍ଟଙ୍କ ନିକଟରେ କହିଥିଲେ। ତେଣୁ ନିଜର ତଥା ନିଜ ପୁରୁଷ ବନ୍ଧୁଙ୍କ ପାଇଁ ସୁରକ୍ଷା ଲୋଡ଼ିବାକୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ମାତ୍ର ଏହି ମାମଲାର ବିଚାର କରି ଜଷ୍ଟିସ ରେନୁ ଅଗ୍ରୱାଲଙ୍କ ପୀଠ କହିଥିଲେ, ଏପରି ଅପରାଧିକ କାର୍ଯ୍ୟକଳାପକୁ କୋର୍ଟ ସମର୍ଥନ ଜଣାଇ ପାରିବେନି। ଆବେଦନକାରୀ ମହିଳାଜଣକ ମୁସଲିମ ଆଇନର ବିପରୀତକୁ ଯାଇ ନିଜ ଲିଭ- ଇନ୍‌- ପାର୍ଟନରଙ୍କ ସହ ରହିଛନ୍ତି। ମୁସଲିମ୍‌ ଆଇନ ଅନୁଯାୟୀ ଏହା ଅପରାଧ ସହ ସମାନ ହୋଇଥିବାରୁ କୋର୍ଟ ଏହା ସପକ୍ଷରେ ରାୟ ଦେଇ ପାରିବେନି ।
ମହିଳାଙ୍କ ବିବାହ କିଛି ବର୍ଷ ପୂର୍ବେ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ କିନ୍ତୁ ମନୋମାଳିନ୍ୟ ଦେଖିବାକୁ ମିଳିଥିଲା। ଏହାପରେ ଦୁଇ ବର୍ଷ ହେବ ମହିଳାଙ୍କୁ ଛାଡ଼ି ବ୍ୟକ୍ତିଜଣକ ଅନ୍ୟ ଜଣେ ଯୁବତୀଙ୍କ ସହ ରହୁଛନ୍ତି।
ଶାଶୁ ଘରୁ ବିତାଡ଼ିତ ହେବା ପରେ ମହିଳାଜଣକ ନିଜ ବାପଘରକୁ ଚାଲି ଯାଇଥିଲେ। ମାତ୍ର ସେ’ ତାଙ୍କ ସ୍ୱାମୀଙ୍କ ନିକଟକୁ ଛାଡ଼ପତ୍ର ନେଇ ନ ଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ସହ ରହିବା ଘଟଣାକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି କୋର୍ଟ।

ad-week
Leave A Reply

Your email address will not be published.