ଫିରିଙ୍ଗିଆ ପ୍ରେସକ୍ଲବର ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବିଜୁ କଲ୍ଯାଣ ମଣ୍ଡପ ଠାରେ ଫିରିଙ୍ଗିଆ ପ୍ରେସ କ୍ଲବର ୩ ବର୍ଷ ପୂରଣ ହୋଇ ସାରିଥିବା ବେଳେ ଚତୁର୍ଥ ବର୍ଷ ଆରମ୍ଭରେ ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ପାଳନ କରାଯାଇଛି ।ବିଭିନ୍ନ ଘାତ ପ୍ରତିଘାତ ସ୍ବତେ ପ୍ରେସ କ୍ଲବ୍ ଉପଦେଷ୍ଟା ମଣ୍ଡଳୀ ସଭାପତି ସହ ଯୋଗରେ ପ୍ରେସ କ୍ଲବକୁ ଆଗକୁ ନେବାରେ ସହାୟତା ହୋଇପାରିଛି । ଫିରିଙ୍ଗିଆ ପ୍ରେସ କ୍ଲବ କେବଳ ଖବର ପରିବେଶଣକୁ ପ୍ରାଧାନ୍ୟ ଦେଇ ନଥାଏ, ସମାଜ ସେବା କାର୍ଯ୍ୟରେ ମଧ୍ୟ ଏହି କ୍ଲବ ନିୟୋଜିତ ହେଉଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓ ୟୁ ଯେ ସଭାପତି ପ୍ରସନ୍ନ ମହାନ୍ତି ଯୋଗଦେଇ କହିଥିଲେ ଯେ ପ୍ରତ୍ୟେକ ସାମ୍ବାଦିକ ଙ୍କ ପାଖରେ ସମ୍ବାଦ ପରିବେଷଣ କରିବାର ଉତ୍ତରଦାୟିତ୍ଵ ରହିବା ଦରକାର l ସେହିପରି
ସମ୍ମାନିତ ଅତିଥି ଭାବେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ପାତ୍ର ଯୋଗଦେଇ ଓଡ଼ିଶା ସରକାର ଓଡ଼ିଶାରେ ସମସ୍ତଙ୍କ ପାଇଁ ସବୁ ପ୍ରକାର ବ୍ଯବସ୍ଥା ଓ ଯୋଜନା କରିଛନ୍ତି ବଞ୍ଚିବା ପାଇଁ ସେହିପରି ସାମ୍ବାଦିକ ବନ୍ଧୁ ମାନଙ୍କ ପାଇଁ ଓଡିଶା ସରକାର କିଛି ବ୍ୟବସ୍ଥା କରିବା ଉଚିତ୍ ବୋଲି ବକ୍ତବ୍ୟ ରଖିଥିଲେ l ପ୍ରେସ କ୍ଲବ କୋଷାଧ୍ଯକ୍ଷ ସୁବ୍ରତ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମ୍ପାଦକ ସୁଶାନ୍ତ ଦିଗାଲ ବିବରଣୀ ପାଠ କରିଥିଲେ l ଏହି
ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ସହେରୁ ଉର୍ଦ୍ଧ୍ବ ବିଭିନ୍ନ କଳାକାର, ସମାଜସେବୀ,ଶିକ୍ଷାବିତ୍, ଗଣ ମାଧ୍ୟମର ପ୍ରତିନିଧି ଓ ସରକାରୀ ପଦାଧିକାରୀଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ଉକ୍ତଳ ସଂଘର ସଭାପତି ସନ୍ତୋଷ ଦାସ, ଓ ୟୁ ଯେ ରାଜ୍ଯ ସମ୍ପାଦକ ପ୍ରଶାନ୍ତ ବେହେରା, ଓ ୟୁ ଯେ ଜିଲ୍ଲା ସଭାପତି ଅଶୋକ ମହାନ୍ତି, କନ୍ଧମାଳର ଚଳଚ୍ଚିତ୍ର ପ୍ରଯୋଜକ ପ୍ରଶାନ୍ତ ନାୟକ, ବରିଷ୍ଠ ସାମ୍ବାଦିକ ସୁନୀଲ ବିଶ୍ଵାଳ,କନ୍ଧମାଳ ଜିଲ୍ଳା ମିଡିଆ ଫୋରମର ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସାମ୍ବାଦିକ ହୁରୁଞ୍ଜନ ସେଠୀ, ମନୋଜ ସାହୁଙ୍କ ସମେତ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ l ମୁଖ୍ୟ ଉପଦେଷ୍ଟା ମହାଦେବ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅକ୍ଷୟ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.