ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ…

add-all

ହିଞ୍ଜିଳିକାଟୁ : ଆଗକୁ ମହାଶିବରାତ୍ରି ଅଞ୍ଚଳର ବିଭିନ୍ନ ଶୈବପୀଠ ପାଇଁ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ଅଞ୍ଚଳ ସଜେଇ ହେଉଥୂବାର ଦେଖୁବାକୁ ମିଳିଛି। ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖରେ ହେବାକୁ ଯାଉଥିବା ଜାଗର ଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମନ୍ଦିର ପରିଚାଳନା କମିଟି ଗୁଡିକ ନିଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ସହ କାର୍ଯ୍ୟସୂଚୀମାନ ମଧ୍ଯ ପ୍ରକାଶ ପାଇଛି। ଫଳରେ କେତେକ ଶୈବ ପୀଠରେ ନାମଯଜ୍ଞ ଓ ଅନ୍ତଯଜ୍ଞ ହେବ ହବାର ଜଣାଯାଇଥିବା ବେଳେ ଭକ୍ତଙ୍କ ମଧ୍ଯରେ ଉତ୍ସାହ ପରିଲକ୍ଷିତ ହୋଇଛି। ଚଳିତବର୍ଷ ଶୈବପୀଠ ଗୁଡିକରେ ପ୍ରବଳ ଭିଡ କିପରି ସମ୍ଭାବନା ରହିଥ‌ିବାରୁ ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳାର ସହ ମହା ଦେବଙ୍କ ଦର୍ଶନ କରିବେ ଏବଂ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ଠିକ୍ ସମୟରେ ଯେପରି ମହାଦୀପ ଉଠିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। ଏଥ୍ ସହ ମନ୍ଦିରଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଲପୁର ଗ୍ରାମ ନିକଟ ଗୁପ୍ତେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ନିମନ୍ତେ ଗୁପ୍ତେଶ୍ୱର କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା।

ad-week
Leave A Reply

Your email address will not be published.