ପିଇବା ପାଣିର ଘୋର ସଙ୍କଟ ଭିତରେ ଘୁଟୁଗୁଡ଼ା ଗ୍ରାମବାସୀ

add-all

ଉମରକୋଟ : ସରକାର ଜନତାଙ୍କ ହିତ ଲାଗି ବିଭିନ୍ନ ପ୍ରକାର ଯୋଜନା କରି, କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଉପରିସ୍ଥ କର୍ମଚାରୀ ଏହାକୁ ବେଖାତିର କରିଚାଲୁଛନ୍ତି | ସୂଚନା ପ୍ରକାର ନବରଙ୍ଗପୁର ଜିଲ୍ଲାର, ଉମରକୋଟ ବ୍ଲକ ଅନ୍ତର ଗତ ୟୁ. ଭି. ନଂ ୮ଖୁଟୁଗୁଡ଼ା ଗ୍ରାମବାସୀ ଦୀର୍ଘ ଦିନ ଧରି ପିଇବା ପାଣିର ସମସ୍ୟା ଭିତର ଦେଇ ଗତି କରୁ ଥିଲା, ଏହାକୁ ଉପରିସ୍ଥ ଅଫିସର ମାନଙ୍କୁ ବହୁ ଥର ଗୁହାରି କରିବା ପରେ ଗତ ୨ବର୍ଷ ପୂର୍ବେ ଆମ ଗ୍ରାମରେ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ବସୁଧା ସ୍କିମରେ ପାଣିଟାଙ୍କି କରିବା ସହ ଗ୍ରାମ ସାରା ପାଣି ପାଇଁପ ବିଛାରୀ ଯାଇ ସମସ୍ତଙ୍କ ଘରେ ପାଣି କନେକ୍ସନ ଦିଆଯାଇଅଛି | ଗୋଟିଏ ମାସ ଠିକ ଭାବରେ ପାଣି ଛଡାଯାଇଥିଲା, ବର୍ତ୍ତମାନ କିଛି ଦିନ ହେଲା ପାଣି ଛାଡିବା ବନ୍ଦ କରିଦେଇଛନ୍ତି | ଗ୍ରାମରେ ପ୍ରାୟ ୨୦୦ରୁ ଉର୍ଦ୍ଧ ପରିବାର ଥିବାବେଳେ,୧୨୦୦ସହ ରୁ ଉର୍ଦ୍ଧ ଜନସଂଖ୍ୟା ଅଛନ୍ତି | ସମସ୍ତ ପରିବାର ପିଇବା ପାଣିର ଘୋର ସଙ୍କଟ ଭିତର ଦେଇ ଗୋତି କରୁଛନ୍ତି, ଜଳ ଯୋଗାଣ କାର୍ଯ୍ୟ ନିର୍ବାହୀଙ୍କୁ ପଚାରିବାରୁ କହୁଛନ୍ତି ଏହାର ଦାୟିତ୍ବ ପଞ୍ଚାୟତ ନେଇଛନ୍ତି | ଆମ ନିସର୍ତ୍ତ ପ୍ରତିନିଧି ସରପଞ୍ଚ ମହାଶୟଙ୍କୁ ପଚାରିବାରୁ କହିଲେ, ଆମ ପଞ୍ଚଯାତ ତରଫରୁ ଇ. ଛି. ଏମ ମେମ୍ବର ଦିୟା ଯାଇଅଛି | ତାଙ୍କୁ ପାଣି ଛାଡିବା ଏବଂ ମରାମତି କରିବା କଥା,କିନ୍ତୁ ସାଧାରଣ ଜନତା ଏଆ ପାଖରେ ତା ପାଖରେ ଦୌରି ଦୌରି ଥକି ଗଲାନି କିନ୍ତୁ ପାଣିର ସମସ୍ୟା ଦୂର ହେଉ ନାହିଁ, ଉପରସ୍ତ ଅଫିସର ଏହାକୁ ଗରୁତ୍ୱର ସହ ଧ୍ୟାନ ଦେଇ ସମସ୍ୟା କୁ ସମାଧାନ କରିବାକୁ ଗ୍ରାମବାସୀଙ୍କ ଦାବି ହେଉଛି |

ad-week
Leave A Reply

Your email address will not be published.