କଳିଙ୍ଗ ବୈଶ୍ୟ ସମାଜ ତରଫରୁ ଅନ୍ନପୂର୍ଣ୍ଣା ଭବନରେ ମନ୍ତ୍ରୀ ଉଷାଦେବୀଙ୍କୁ ସମ୍ବର୍ଦ୍ଧନା

add-all

ଚିକିଟୀ : ଚିକିଟୀ କଳିଙ୍ଗ ବୈଶ୍ୟ ସମାଜ ତରଫରୁ ଚିକିଟୀ ବିଧାୟିକା ତଥା ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀଙ୍କୁ ଚିକିଟୀପେଣ୍ଠ ସ୍ଥିତ ଅନ୍ନପୂର୍ଣ୍ଣା ଭବନ ପରିସରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ରବିବାର ଅପରାହ୍ନରେ ମନ୍ତ୍ରୀ ପହଞ୍ଚିବା ପରେ କଳିଙ୍ଗ ବୈଶ୍ୟ ସମାଜର ମହିଳା କର୍ମକର୍ତ୍ତା ମାନେ ତାଙ୍କୁ ସିନ୍ଦୁର ଚନ୍ଦନ ଲଗେଇ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସମାଜର ପୃଷ୍ଟି ଏସ.ସୂର୍ଯ୍ୟନାରାୟଣ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମାଁ କନ୍ୟାକାପରମେଶ୍ୱରୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଚିକିଟୀ ଏନଏସିର ପୂର୍ବତନ ଉପନଗରପାଳ ସ୍ବର୍ଗତ ଦୁର୍ଗା ପ୍ରସାଦ ଦେଓ(ସାନଦେଓ)ଙ୍କ ସ୍ମୃତିରେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆସନ୍ତା 8 ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଦିନ ଶିବରାତ୍ର ପଡୁଥିବା ଯୋଗୁଁ ମନ୍ତ୍ରୀ ମହୋଦୟାଙ୍କୁ ଜଣେ ପ୍ରତିଷ୍ଠିତ ମହିଳା ଭାବେ ଫୁଲମାଳା ପିନ୍ଧାଯାଇ ବସ୍ତ୍ର ପ୍ରଦାନ କରାଯାଇ ହୁଳହୁଳି ଓ କରତାଳି ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ମନ୍ତ୍ରୀଙ୍କ ସହିତ ମଞ୍ଚରେ ଥିବା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ,ଚିକିଟୀ ଯୁବରାଜ ଚିନ୍ମୟାନନ୍ଦ ଶ୍ରୀରୂପ ଦେଓ ଓ ବରିଷ୍ଠ ରାଜନେତା ସୁରେନ୍ଦ୍ର ମଣ୍ଡଳଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳା ସଂଘର ସମ୍ପାଦିକା ଏସ.ଆରୁଣା ସୁବୁଦ୍ଧି ସଭକାର୍ଯ୍ୟ ପରିଚାଳନା ସହିତ ମହିଳା ଦିବସର ମହତ୍ତ୍ୱ ସମ୍ପର୍କରେ ବୁଝାଇକହିଥିଲେ । କେ.ଲଷ୍ମୀବାଇ ସୁବୁଦ୍ଧି ଓ କେ.ଅମ୍ବିକା ସୁବୁଦ୍ଧି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।କଳିଙ୍ଗ ବୈଶ୍ୟ ସମାଜର ସଭ୍ୟ ଡାକ୍ତର ବି.ନାଗେଶ୍ଵର ରାଓ ସୁବୁଦ୍ଧି,ଟି. ଆନନ୍ଦ ରାଓ ସୁବୁଦ୍ଧି,କେ.ଦିଲ୍ଲୀପ କୁମାର ସୁବୁଦ୍ଧି ଏବଂ ସିଏଚ.ସସ୍ମିତା ପାତ୍ର ପ୍ରମୂଖ ନିଜର ବକ୍ତବ୍ୟ ରଖିଥିଲେ । ବି.ସରିତା ସୁବୁଦ୍ଧି,ବି.ଜୟଲଷ୍ମୀ ସୁବୁଦ୍ଧି ଓ ସିଏଚ.ରାଧାରାଣୀ ସୁବୁଦ୍ଧି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ରେ ପି.ଲଷ୍ମୀନାରାୟଣ ସୁବୁଦ୍ଧି,ଡା.କିରଣ ସୁବୁଦ୍ଧି,ପି.ରାମାରାଓ ସୁବୁଦ୍ଧି,ବି.କେଦାର ସୁବୁଦ୍ଧି,ଏସ. କିଷାନ ସୁବୁଦ୍ଧି,ପି.ଜୟପ୍ରକାଶ ସୁବୁଦ୍ଧି,ସୁବ୍ରତ ପାତ୍ର,ଟି. ଶ୍ରୀନିବାସ ସୁବୁଦ୍ଧି,ଉଷା ସୁବୁଦ୍ଧି,ଲୀଳା ସୁବୁଦ୍ଧି ପ୍ରମୁଖଙ୍କ ସହ ଚିକିଟୀ କଳିଙ୍ଗ ବୈଶ୍ୟ ସମାଜ ଅନ୍ତର୍ଗତ ଚିକିଟୀ ପେଣ୍ଠ,ଚିକିଟୀ ଗଡ଼ ଏବଂ ଧାନଘରର ସମସ୍ତ ପରିବାର ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

ad-week
Leave A Reply

Your email address will not be published.