ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ ; ଗଞ୍ଜେଇ ଜବତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆ ମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ତେବେ ବାଲିଗୁଡା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ୧୯୩ କିଲୋ ଗଞ୍ଜେଇ ଧରିବାରେ ସଫଳ ହୋଇଛି, କିନ୍ତୁ ଘଟଣା ସ୍ଥଳରୁ ଗଞ୍ଜେଇ ଛାଡି ମାଫିଆ ମାନେ ଫେରାର ହୋଇଯାଇଛନ୍ତି। ପୁଲିସର ସୂଚନା ଅନୁସାରେ କୌଣସି ସୂତ୍ରରୁ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନିର୍ଦେଶରେ ଏସ ଆଇ ସଞ୍ଜୟ ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ଟିମ ବାଲିଗୁଡା ଥାନା ଅଧିନସ୍ତ ନିଲିପଡ଼ା ଜଙ୍ଗଲରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ମାଫିଆ ମାନେ ଗଞ୍ଜେଇକୁ ଛାଡି ଫେରାର ହୋଇଯାଇଥିଲେ। ଏ ନେଇ ବାଲିଗୁଡା ଥାନାରେ କେଶ ନଂ.୫୧/୨୦୨୪ରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.