ସାମ୍ବାଦିକ ସଂଗଠନ ସମନ୍ୱୟ କମିଟି ବୈଠକ ଏବଂ ବନ୍ଧୁ ମିଳନ

add-all

ମାଲକାନଗିରି, ୩।୩ ମାଲକାନଗିରି ଜିଲ୍ଲା ବିଭିନ୍ନ ସାମ୍ବାଦିକ ସଂଗଠନ ସମନ୍ୱୟ କମିଟିର ବୈଠକ ଅଧ୍ୟକ୍ଷ ରତ୍ନାକର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଚଲାଣଗୁଡା ଗ୍ରାମ ନିକଟ ତମସା ନଦୀ କୂଳରେ ଅନୁଷ୍ଠିତ ହୋଇ ଯାଇଛିା ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ସାମ୍ବାଦିକ ସଂଗଠନର ୧୦୦ରୁ ଊର୍ଦ୍ଧ୍ଵ ଗଣମାଧ୍ୟମ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମର ଭୂମିକା କଣ ରହିବ ସେ ସମ୍ବନ୍ଧରେ ଆଲୋଚନା କରା ଯାଇଥିଲ। ଆଗାମୀ ଦିନରେ ସରକାର ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସୁବିଧା ବିଷୟରେ ଆଲୋଚନା ହୋଇଥିଲା । ଆଜିର ଏହି ଆଲୋଚନାରେ ସାମ୍ବାଦିକ ସମନ୍ଵୟ ସଂଘର ଅନେକ କାର୍ଯ୍ୟରତ ସାମ୍ବାଦିକ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ପରେ ପରେ ପୁରାଣ ପ୍ରସିଦ୍ଧ ପବିତ୍ର ତମସା ନଦୀ କୁଳ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ।

ad-week
Leave A Reply

Your email address will not be published.