କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷା ଇସ୍ତଫା ଦେବେ…!

ଟିକେଟ ହାତେଇବା ପାଇଁ ଯୋଜନା ନୁଁହତ..!

add-all


ବ୍ରହ୍ମପୁର: ଏବେ ପରିବାର ବାଦ ରାଜନୀତି କୁ ଟିକେଟ ମିଳିବା ଆଶା ମାଉଳିବା ପରେ ଇସ୍ତଫା ଦେବାକୁ ବ୍ଲୁପ୍ରିଣ୍ଟ ତିଆରି ଚାଲିଛି। ଶାସକ ଦଳର ସମସ୍ତ ନୀତି ନିୟମ କୁ ଉଲଘଂନ କରି କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷା ପଦବୀ ହାତେଇବା ରେ ସଫଳ ହୋଇଥିଲେ ବୋଲି ସେ ସମୟରେ ଚର୍ଚ୍ଚା ହୋଇଥିଲା। ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ରେ ପାରିବାରିକ ରାଜନୀତି କୁ ବାଦ ଦେବା ପାଇଁ ଶାସକ ଦଳର ନୀତି ନିୟମ କୁ ବେଖାତିରି କରି ଅନ୍ଧାର ରେ ରଖି ଅଧକ୍ଷା ପଦବୀ ହାତେଇ ଥିଲେ। ବ୍ଲକ ଅଧକ୍ଷା ହେବା ପର ଠାରୁ ହାତ ଗଣତି କେତେଟା ବୈଠକ ବସିବା ପରେ ପଞ୍ଚାୟତ ସମିତି ବୈଠକ ଦୀର୍ଘ ମାସ ହେଲା ଠପ ହୋଇ ଯାଇଛି। ଏବେ ପୁଣି ପରିବାରର ଜଣକୁ ଟିକେଟ ଲବି କୁ ଆଖି ଆଗରେ ରଖି ବିଦ୍ରହୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଆସିକା ଓ କବିସୂର୍ଯ୍ୟନଗର ବ୍ଲକ କୁ ହାତରେ ରଖି ଟିକେଟ ପାଇଁ ଚଷ୍ଟା କରି ବିଫଳ ହେବା ପରେ ଶେଷ ଉଦ୍ୟମ ଆରମ୍ଭ ହୋଇଥିବା ଆଲୋଚନା ହେଉଛି। ଭୁବନେଶ୍ୱର ରେ ବିଧାୟିକା ଙ୍କ ବ୍ଳକ ଅଧ୍ୟକ୍ଷା ପୁତ୍ରବଧୁ ଇସ୍ତଫା କଥା ଚର୍ଚ୍ଚା କୁ ଆସିବା ପରେ ଏବେ ନିଜ ସ୍ୱାର୍ଥ ପାଇଁ ରାଜନୀତି କରୁଥିବା ପରିବାର ରେ ଭଲେଣି ପଡ଼ିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଦଳ କୁ ଦୃଢ଼ କରିବା ପାଇଁ ବିଜୁ ଜନତା ଦଳ ପରିବାର ମଧ୍ୟ ରେ ଗୋଟିଏ ପଦବୀ ରଖିବା ନିର୍ଦ୍ଧେଶ ଥିଲା। କିନ୍ତୁ ଗୋଟିଏ ପରିବାର ଭିତରେ ସବୁ କ୍ଷମତା ରହିଯିବା ପରେ ଅନ୍ୟ ଆସାୟୀ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେବା ସହିତ ଧୀରେ ଧୀରେ ଦଳ ର କର୍ମୀ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ଦଳ ଦୁର୍ବଳ ହେଲା। ଏବେ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଟିକଟ ପାଇବା ଓ ଦଳୀୟ ନିୟମ କଥା ମନେ ପଡିଯିବା ଓ ବିଦ୍ରୋହୀ ଙ୍କୁ ସନ୍ତୁଷ୍ଟ କରିବା ଉଦ୍ଧେଶ୍ୟରେ କୁଆଡେ ବ୍ଳକ ଅଧକ୍ଷା ପଦରୁ ଇସ୍ତଫା ଦେବା ତାହା ର ଆଲୋଚନା ଜୋର ଧରିଛି। ସମାନ ପରିସ୍ଥିତି ଖଲ୍ଲିକୋଟ ବିଧାନ ସଭା କ୍ଷେତ୍ର ରେ ଦେଖିବାକୁ ମିଳିଛି। ଏଠି ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ସ୍ୱାମୀ ମଧ୍ୟ ଦଳୀୟ ନିର୍ଦେଶ କୁ ବେଖାତିର କରି ବ୍ଳକ ଅଧ୍ୟକ୍ଷ ପଦ ହାତେଇଲେ। ଏଭଳି ସ୍ଥିତିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଆରମ୍ଭ ହୋଇଥିବା ଅସନ୍ତୋଷ ବିରୋଧୀ ଙ୍କୁ ବେଶ ସହାୟକ ହେଉଛି। ହାତ ରୁ ଏମ ଏଲ ଏ ସିଟ ଖସିଯିବା ଭୟ ରେ ଏବେ ବ୍ଳକ ଦାଇତ୍ୱ ଅନ୍ୟ ହାତକୁ କୁଆଡେ ବିଧାୟିକା ଙ୍କ ସ୍ୱାମୀ ଟେକି ଦେବେ ଆଲୋଚନା ଚାଲିଛି।

ad-week
Leave A Reply

Your email address will not be published.