ଆପଣ ଜଣେ ମନ୍ତ୍ରୀ, ନିଜ ମନ୍ତବ୍ୟର ପରିଣାମ ଜାଣିବା ଉଚିତ୍ ଥିଲା : ଉଦୟନିଧି ଷ୍ଟାଲିନଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ: ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବାକ୍ ଓ ଅଭିବ୍ୟକ୍ତି ର ସ୍ୱାଧୀନତାର ଅଧିକାରର ଦୁରୁପଯୋଗ କରିବା ପରେ ସେ କାହିଁକି ତାଙ୍କ ପିଟିସନ ଆଣିଲେ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଷ୍ଟାଲିନଙ୍କୁ କହିଥିଲେ ଯେ ସେ ଜଣେ ସାଧାରଣ ଲୋକ ନୁହନ୍ତି, ଜଣେ ମନ୍ତ୍ରୀ ଏବଂ ସେ ତାଙ୍କ ମନ୍ତବ୍ୟର ପରିଣାମ ଜାଣିବା ଉଚିତ୍ ଥିଲା।

ସମ୍ବିଧାନର ଧାରା ୧୯(୧)(କ) ଅନୁଯାୟୀ ଆପଣ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି। ଧାରା ୨୫ ଅନୁଯାୟୀ ଆପଣ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି, ଏବେ ଆପଣ ଧାରା ୩୨ (ସୁପ୍ରିମକୋର୍ଟରେ ପିଟିସନ ଦାଖଲ) ଅଧୀନରେ ନିଜର କ୍ଷମତା ବ୍ୟବହାର କରୁଛନ୍ତି? ଆପଣଙ୍କ ମନ୍ତବ୍ୟର ପରିଣାମ ଆପଣ ଜାଣନ୍ତି ନାହିଁ କି? ଆପଣ ଜଣେ ସାଧାରଣ ଲୋକ ନୁହଁନ୍ତି । ଆପଣ ଜଣେ ମନ୍ତ୍ରୀ। ଏଭଳି ମନ୍ତବ୍ୟର ପରିଣାମ କ’ଣ ହେବ ତାହା ଆପଣଜାଣିବା ଉଚିତ୍ ଥିଲା ବୋଲି କୋର୍ଟ କହିଛନ୍ତି।

ଷ୍ଟାଲିନଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ସୁପ୍ରିମକୋର୍ଟରେ ମାମଲା ଲଢୁଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫ରେ ହେବ । ଗତ ବର୍ଷ ଉଦୟନିଧି ଷ୍ଟାଲିନ୍ ‘ସନାତନ ଧର୍ମ’କୁ କରୋନା ଭାଇରସ୍, ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରି କହିଛନ୍ତି ଯେ ତାହାକୁ କେବଳ ବିରୋଧ କରାଯିବା ଉଚିତ ନୁହେଁ ବରଂ ସଂପୂର୍ଣ୍ଣ ନିର୍ମୂଳ କରିଦେବା ଉଚିତ।

ad-week
Leave A Reply

Your email address will not be published.