ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବା ଘଟଣା: ବଢ଼ିଲା ସୁରକ୍ଷା

add-all

ପୁରୀ: ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବା ପରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା। ଆଜି ସିଂହଦ୍ୱାରରେ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହାସହ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।

ଗତକାଲି ଜଣେ ହିନ୍ଦୁ ସହ ୩ ଜଣ ଅଣହିନ୍ଦୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହାସହ ସେମାନେ ମହାପ୍ରସାଦ ବି ହାତରେ ଧରିଥିବା ଦେଖିବାକୁ ମିଳିଥିଲା। କୁହାଯାଉଛି,ଏମାନେ ସମସ୍ତେ ବାଂଲାଦେଶର ନାଗରିକ। ସେମାନଙ୍କର ପାସପୋର୍ଟ ଏବଂ ପରିଚୟ ପତ୍ର ଯାଞ୍ଚରୁ ଏହି ତଥ୍ୟ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ସ୍ୱତ୍ତେ କିପରି ଏତେ ବଡ଼ ତ୍ରୁଟି କିପରି ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମୋଟ୍ ୯ ଜଣ ମୋଟ୍ ୯ ଜଣ ଆସିଥିବାବେଳେ ୪ ଜଣ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଅନ୍ୟ ୫ ଜଣ ବାହାରେ ଥିଲେ। ଏହି ୯ ଜଣଙ୍କୁ ସିଂହଦ୍ୱାର ଥାନା ପୁଲିସ ଅଟକ ରଖିଛି। ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ଏମାନେ ଶ୍ରୀମନ୍ଦିର ପ୍ରବେଶ କଲେ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ଘଟଣାର ଖୋଳତାଡ଼ ଜାରି ରଖିଛି ସିଂହଦ୍ୱାର ପୁଲିସ। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି। ଏତଲା ଦିଆଯିବା ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ ସାହୁ  ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.