ଆଜି ୮ଟି ସହରର ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ

add-all

ରାଜ୍ୟରେ ଆଜି ୮ଟି ସହରର ଦିନର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ ରେକର୍ଡ କରାଯାଇଛି। ନୟାଗଡ଼ାରେ ସବୁଠୁ ଅଧିକ ଖରା ହୋଇଛି। ସେଠାରେ ଦିନର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି।

ଭବାନୀପାଟଣାରେ ଦିନର ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ୩୬, ଟିଟିଲାଗଡ଼ରେ ୩୬.୫, ମାଲକାନଗିରିରେ ୩୬.୬, ପାରଳାଖେମୁଣ୍ଡିରେ ୩୬.୬ ଓ ଢେଙ୍କାନାଳରେ ୩୬ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ଆଜି ଦିନର ସର୍ବାଧିକ ତାପମାତ୍ରା ୩୫.୭ ଡିଗ୍ରୀ ରହିଥିବା ବେଳେ କଟକରେ ୩୪.୬, ଅନୁଗୋଳରେ ୩୫.୭ ଓ ବୌଦ୍ଧରେ ୩୫.୮ ଡିଗ୍ରୀ ରେକର୍ଡ କରାଯାଇଥିଲା।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତାକାଲି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୭ ଓ ୮ ତାରିଖ ବେଳକୁ କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ବର୍ତ୍ତମାନ ସମୟରେ ଉଭୟ ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ad-week
Leave A Reply

Your email address will not be published.