ଜିଲ୍ଲାରେ ଗତ ଖରିଫ୍ ଋତୁର ମରୁଡି ପରିସ୍ଥିତି ପୁନର୍ବିଚାର ଲାଗି ସ୍ମାରକପତ୍ର ପ୍ରଦାନ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଗତ ଖରିଫ୍ ଋତୁର ମରୁଡି ପରିସ୍ଥିତିର ପୁନଃର୍ବିଚାର ଲାଗି ସୋମବାର ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ବହୁ ଚାଷୀ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ପରେ ଏକ ପ୍ରତିନିଧି ଦଳ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ଗତ ଖରିଫ ଋତୁରେ ବର୍ଷାର ଅନିୟମିତତା ଅନାବୃଷ୍ଟି ଯୋଗୁଁ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୩୦ ହଜାର ଏକରରୁ ଉର୍ଦ୍ଧ୍ୱ ଚାଷ ଜମି ପାଣି ଅଭାବରୁ ପୋଡି ଜଳିଯାଇଥିବା ସେମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘୋଡାହଡ, ବାଘ ଲଟି, ଡହ, ସାଳିଆ, ମାରିଡି ଭଳି ଜଳ ପ୍ରକଳ୍ପ ଶୁଖିଲା ପଡିଗଲା । ଯାହା ଫଳରେ ବୁଗୁଡା, କନିଷୀ, କୋଦଳା,ଖଲ୍ଲିକୋଟ, ଗଞ୍ଜାମ, ସୋରଡା ଆଦି ତହସିଲର ୪୦ ଭାଗରୁ ଉର୍ଦ୍ଧ୍ୱ ଜମି ଜଳ ନ ପାଇ ନଷ୍ଟ ହୋଇଯାଇଥିବାରୁ ମରୁଡି ପରିସ୍ଥିତିର ପୁନଃର୍ବିଚାର ଲାଗି ସେମାନେ ସ୍ମାରକ ପତ୍ରରେ ଦର୍ଶାଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଉପ ସଭାପତି କୈଳାଶ ଶଡଙ୍ଗୀ, ସମ୍ପାଦକ ଅଜୟ ଗୌଡଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.