ସ୍କାଉଟ୍ ଗାଇଡ ସଂଗଠନ ପକ୍ଷରୁ ପେଣ୍ଠ ବେଳାଭୂମିରେ ସଫେଇ ଅଭିଯାନ ସମାପ୍ତ ହୋଇଯାଇଛି

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ସାମୁଦ୍ରିକ ବେଳାଭୂମିରେ କେନ୍ଦ୍ରାପଡ଼ା ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ସଂଗଠନ ପକ୍ଷରୁ ଦ୍ଵିଦିବସୀୟ ସଫେଇ ଅଭିଯାନ ସୁଚାରୁ ରୂପେ ସମାପ୍ତ ହୋଇଯାଇଛି। ମାର୍ଚ୍ଚ ୨ ତାରିଖ ଦିନ ଜିଲ୍ଲା ସ୍କାଉଟ କମିଶନର ଶ୍ରୀଯୁକ୍ତ ପୀତବାସ ପଣ୍ଡା ଏହି ସଫେଇ ଅଭିଯାନର ଶୁଭ ଉଦଘାଟନ କରିଥିଲେ। ସଂଗଠନ କମିଶନର ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦେବରାଜ ନାୟକଙ୍କ ନେତୃତ୍ୱରେ ୧୭ଜଣ ସ୍କାଉଟ ମାଷ୍ଟର ସମେତ ୧୩ ଜଣ ଗାଇଡ଼ କ୍ୟାପଟେନ ଦୁଇ ଦିନ ଧରି ପେଣ୍ଠ ବେଳାଭୂମି ସଫେଇ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ନାଗ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ କୁମାର ମିଶ୍ର ବିଶେଷ ଅତିଥି ଭାବେ ଯୋଗ ଦେଇ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ସ୍କାଉଟ ମାଷ୍ଟର ଗୋପୀନାଥ ଦ୍ବିବେଦୀ, ସରୋଜକାନ୍ତ ବିଶ୍ୱାଳ, ପ୍ରତାପ ହରିଚନ୍ଦନ, ଚନ୍ଦନ ଚର୍ଚ୍ଚିତ ମହାପାତ୍ର, ଗୋପୀନାଥ ଦାଶ,ଜୟନ୍ତ ବାରିକ ତଥା ଗାଇଡ଼ କ୍ୟାପଟେନ ଶାନ୍ତିଲତା ଦାସ, ଅନ୍ନପୂର୍ଣ୍ଣା ଚୂଳୀ, ଗାୟତ୍ରୀ ମିଶ୍ର, ନମିତା ନାୟକ, ମହେଶ୍ୱତା ଶତପଥୀ, ସଂଘମିତ୍ରା ନାୟକ, ମିନତୀ ବଳ ପ୍ରମୁଖ ସଫେଇ ଅଭିଯାନ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.