ବୃକ୍ଷପ୍ରେମୀ ଜଳସମ୍ପଦ ବିଭାଗର କର୍ମଚାରୀ ଧନେଶ୍ବର ସେଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

add-all

ରାଜନଗର : ଗଛ, ଗଛ, ଗଛ , ଆଉ ସବୁ ଅଟେ ପଛ , ଏହି ବାର୍ତ୍ତା ଧନେଶ୍ୱର ସେଠୀଙ୍କ ପକ୍ଷେ ସମ୍ଭବ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ସରକାରଙ୍କର ଜଳସମ୍ପଦ ଵିଭାଗର ମହାକାଳପଡା ବ୍ଲକରେ ଧନେଶ୍ବର କାର୍ଯ୍ୟ କରୁଥିଲେ ସତ ,କିନ୍ତୁ ନିଶାଥିଲା ତାଙ୍କର ବୃକ୍ଷ ଲଗାଇବା ଓ ତାର ଯତ୍ନ ନେବା। ଯେଉଁ କାର୍ଯ୍ୟାଳୟ ରେ ସେ କାର୍ଯ୍ୟ କରନ୍ତି, ସେହି କାର୍ଯ୍ୟାଳୟ କୁ ସବୁଜ ସୁନ୍ଦର କରିବା ତାଙ୍କର ନିତିଦିନିଆ କାମ ଥିଲା । ଟିକେ ଅଫିସ କାମରୁ ଫୁରସତ ପାଇଲେ ଲାଗି ଯାଆନ୍ତି ବୃକ୍ଷ ଲତା ସେବାରେ। ତାଙ୍କ ଗ୍ରାମ ରେ ମଧ୍ୟ ଏହି କାମ ତାଙ୍କର ନିତିଦିନିଆ ଘଟଣା। ଏହି କାର୍ଯ୍ୟ ପରେ ସେ ମଧ୍ୟ ଜଣେ ଭଲ କବି ଅଟନ୍ତି। ତାଙ୍କର କବିତା ପାଠାଗାର ର ନାମ ଆମ୍ବେଦକର ପାଠାଗାର। ଏହି ପ୍ରକୃତି ପ୍ରେମୀ ମଣିଷ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦିଆଯାଇଛି। ଏହି ବ୍ୟକ୍ତି ଅବସର ପରେ ପରିବେଶ ପାଇଁ ବରଦାନ ହୋଇବେ ବୋଲି ଟ୍ରଷ୍ଟ ପକ୍ଷରୁ ବାର୍ତ୍ତା ରହିଛି। ଏହି ସମ୍ବର୍ଦ୍ଧନା ପର୍ବ ରେ ସାମିଲ ଥିବା ବ୍ୟକ୍ତି ମାନେ ହେଲେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ପିନାକୀ ସାମନ୍ତରାୟ, ଆଲୋକ କୁମାର ମଲ୍ଲିକ, ମଙ୍ଗୁଳି ନାୟକ, ମନୋଜ କୁମାର ରାଉତ ଓ ନିରଞ୍ଜନ ଓଝା।

ad-week
Leave A Reply

Your email address will not be published.