
ଦେବଗଡ଼,୪|୨ ଦେବଗଡ ଜିଲା ମୁଖ୍ୟତଃ କୃଷି ଓ କୃଷକଙ୍କର ଆୟ ମଧ୍ୟରେ ସିମିତ ଅଟେ । ଜିଲ୍ଲା ର କୃଷକ ମାନଙ୍କ ସକାସେ ଦେଵଗଡ଼ ଜଣାଶୁଣା ସମାଜସେବୀ ତଥା ଆଇନଜୀବୀ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କର ପ୍ରତ୍ୟକ୍ଷ ପୃଷ୍ଟ ପୋଶକତା ରେ ଜିଲ୍ଳାର ପଞ୍ଜିକୃତ ଚାଷୀମାନଙ୍କ ନିମନ୍ତେ ଦେଓଗଡ଼ କୃଷକ କଲ୍ୟାଣ ଟ୍ରଷ୍ଟ ନଂ 46492400 127/ 2024 ପଞ୍ଜିକୃତ ହୋଇଅଛି।ସୂଚନା ଯୋଗ୍ଯଯେ ଜିଲ୍ଲା ର ଏ ଆର ସି ଏସ୍ 30 ଟି ସୋସାଇଟି ପଞ୍ଜିକୃତ ହୋଇଥିବା 2023 – 2024 ସକାଶେ ମୋଟ 19 ହଜାର 177 ଜଣ ଚାଷୀଙ୍କ ପାଇଁ କୃଷକ କଲ୍ୟାଣ ଟ୍ରଷ୍ଟ ତରଫରୁ ଟ୍ରଷ୍ଟ ର ସଭାପତି ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କର ପ୍ରତ୍ୟକ୍ଷ ଅନୁଦାନରେ ପ୍ରତ୍ୟକ ଚାଷୀଙ୍କର ପାଇଁ ଦୁର୍ଘଟଣା ଜନିତ ମୃତୁ ସକାଶେ ଦୁଇଲକ୍ଷ ଟଙ୍କା ଲେଖାଏଁ ବୀମା ପୋଲିସି IFFCO TOKIO ବୀମା କମ୍ପାନୀ ସହିତ ଚୁକ୍ତିବଦ୍ଧ ହୋଇଛି। ଦୁର୍ଘଟଣା ଜନିତ ମୃତ୍ୟୁର ୩୦ ଦିନ ମଧ୍ୟରେ ଚାଷୀମାନଙ୍କ ପ୍ରଦତ୍ତ ନମିନୀ କିମ୍ବା ଉତ୍ତରାଧିକାରୀ ମାନଙ୍କୁ ଉକ୍ତ 2 ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ କରାଯିବ।
ଏହି ପ୍ରେସ୍ ବିବୃତିରେ ଟ୍ରଷ୍ଟର ଅନ୍ୟ ସଦସ୍ଯ ଶ୍ରୀ ପବିତ୍ର ମୋହନ ପ୍ରଧାନ,ଶ୍ରୀମତୀ ଅନାମିକା ମିଶ୍ର,ଶ୍ରୀ ପ୍ରଦୀପ ଅମାନ୍ତ ,ଶ୍ରୀ ଭୋଳେଶ୍ଵର ବେହେରା ଓ ଶ୍ରୀ କେଶବ ଚନ୍ଦ୍ର ମିଶ୍ର ଙ୍କ ଉପସ୍ଥିତିରେ ଏହି ବିଜ୍ଞପ୍ତି ଚାଷୀମାନଙ୍କୁ ଅବଗତ କରାଗଲା।
ପଞ୍ଜିକ୍ରୁତ ଚାଷୀମାନଙ୍କୁ ଅନୁରୋଧ ସେମାନଙ୍କର ନୋମିନୀଙ୍କ ନାମଙ୍କୁ ମୋ:ନ 7855856430 ରେ କେବଳ ମେସେଜ୍ କରି ନୋମିନୀଙ୍କର ନାମ ସହିତ ନିଜ ସୋସାଇଟିର ନାମ ଓ ଚାଷୀଙ୍କର ପଞ୍ଜିକୃତ ଆଇ :ଡି ଜଣାଇବାକୁ ଅନୁରୋଧ। ଟ୍ରଷ୍ଟର ଅଫିସ୍ ଦେବଗଡ କଲେଜ ଗେଟ୍ ପାଖ ଶ୍ରୀ ପ୍ରଭାସ ମିଶ୍ରଙ୍କ କାର୍ଯ୍ୟାଳୟ ସହିତ ସଂଲଗ୍ନ ଅଛି ।ଚାଷୀମାନେ ନିଜର ଅବଗତ ନିମନ୍ତେ ଉକ୍ତ ଅଫିସ୍କୁ ଆସି ସମ୍ପର୍କ କରିପାରିବେ ବୋଲି ପ୍ରଭାସ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି