ନିର୍ବାଚନ ଲଢ଼ିବେ ପୂର୍ବତନ ଆୟକର କମିସନର: ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ଲଢ଼ିଥିଲେ

add-all

ନୂଆପଡ଼ା: ଏଥରକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଶ୍ରୀକାନ୍ତ ଚାଟାର୍ଜୀ। ସେ ହେଉଛନ୍ତି ପୂର୍ବତନ ଆୟକର କମିସନର୍‌। ତେବେ, ଗତ ପୌର ନିର୍ବାଚନ ସମୟରେ ସେ ରାଜନୀତିରେ ପାଦ ଥାପିସାରିଛନ୍ତି। ଶ୍ରୀ ଚାଟାର୍ଜୀ ଗତ ‌ପୌର ନିର୍ବାଚନ‌ରେ ଖଡ଼ିଆଳ ଏନ୍‌ଏସିର ଅଧ୍ୟକ୍ଷ ପଦ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେ ବିଜେଡିକୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଚଳିତଥର ସେ ଖଡ଼ିଆଳ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିବାପାଇଁ ପ୍ରସ୍ତୁତ ହେଉଛନ୍ତି। ଗତକାଲି ଖଡ଼ିଆଳ ଅଗ୍ରସେନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଥିଲେ, ସେ ସ୍ବାଧୀନ ଭାବେ ଲଢ଼ିବେ। ତାଙ୍କର ପ୍ରତିଦ୍ବନ୍ଦ୍ବିତା ନିର୍ବାଚନ ଇତିହାସରେ ଏକ ରେକର୍ଡ ସୃଷ୍ଟି କରିବ। କାରଣ ସେ ଭୋଟରଙ୍କୁ ଭୁଲାଇବା ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବେନି। ଶ୍ରୀ ଚାଟାର୍ଜୀଙ୍କ ଏହି ଘୋଷଣା ରାଜନୀତି ମହଲ‌ରେ ଚର୍ଚ୍ଚାର ବିଷୟ ପାଲଟିଛି।

ad-week
Leave A Reply

Your email address will not be published.