ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ଧୁମଧାମରେ ପାଳିତ

add-all

ଫୁଲବାଣୀ : ଓଡ଼ିଆ ଜାତିର ଗର୍ବ, ଗୌରବ ସ୍ଵର୍ଗୀୟ ବିଜୁବାବୁ ଓଡ଼ିଆ ଜାତିର ହୃଦୟରେ ଆଜି ବି ବିରାଜମାନ । ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ପାଳୁଛି ସାରା ଓଡ଼ିଶା । ଏଥିପାଇଁ ଗାଁରୁ ସହର ବ୍ୟାପକ ପ୍ରସ୍ତୁତି l ଯିଏ ଆଙ୍ଗୁଠି ଦେଖାଇ ଆଗକୁ ବଢ଼ିବାର ଆହ୍ବାନ ଦେଇଛନ୍ତି । ନବ ଓଡ଼ିଶାର ନିର୍ମାତା, ରାଜନୀତିର ମହାଦ୍ରୁମ, ଓଡ଼ିଆ ମାଟିର ଗର୍ବ ଗୌରବ ବିଜୁ ବାବୁ ଚିରକାଳ ଓଡ଼ିଆଙ୍କ ସ୍ବାଭିମାନର ପ୍ରତୀକ ।
ଏହି ଅବସରରେ କନ୍ଧମାଳ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ l ସର୍ବପ୍ରଥମେ ବଜାର ପେଟ୍ରୋଲ ପମ୍ପ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,
ପରେ ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଗଣ ଦୌଡ ମୁଖ୍ୟ ଚିକିତ୍ସାଳୟ ରେ ଫଳ ବଣ୍ଟନ, ସକାଳ ୯:୩୦ ରେ ରକ୍ତ ଦାନ ଶିବିର, ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜୟନ୍ତୀ ପାଳନ, ଅପରାହ୍ନ 3 ଘଟିକା ସମୟରେ କରୋନେସନ ପଡିଆରେ ବୈଠକ, ଏହି କାର୍ଯ୍ୟକ୍ରମ ରେ ମାନ୍ୟବର କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ବିହନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,ଜିଲ୍ଲା ସଭାପତି ତଥା ବିଧାୟକ ଅଙ୍ଗଦ କହଁର ,ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କର୍ଣ୍ଣ , ନଗର ସଭାପତି ବିମଳ ପାଢୀ, ଯୁବ ସଭାପତି ବିଷ୍ନୁ ଚରଣ ମଲ୍ଲିକ, ଛାତ୍ର ସଭାପତି ସୁନୀଲ ସେଠୀ, ମହିଳା ସଭାନେତ୍ରୀ ତଥା ଖଜୁରୀପଡା ବ୍ଳକ ଅଧ୍ୟକ୍ଷା ଅନିମା କହଁର, ରାଜ୍ଯ ମହିଳା ସାଧାରଣ ସମ୍ପାଦକ ପୁନମ କହଁର, ସୁଧୀର କହଁର, ଶ୍ରୀବତ୍ସ ବେହେରା, ମୃତ୍ୟୁଞ୍ଜୟ ପେରା, ସମସ୍ତ
ମହିଳା କର୍ମୀ ଓ ବ୍ଲକ ଚେୟାରମ୍ୟାନ, ବ୍ଲକ ସଭାପତି ଗଣ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ସରପଞ୍ଚ ସମିତିସଭ୍ୟ ବିଜେଡ଼ିର କର୍ମକର୍ତ୍ତା ମୁନିସିପାଲିଟି ଉପାଧ୍ୟକ୍ଷା ପାୟଲ ବେହେରା, ନଗର ସମ୍ପାଦକ ବିକ୍ରମବେହେରା, ଫୁଲବାଣୀ କାଉନସିଲର ଙ୍କ ସମେତ ରାଜେନ୍ଦ୍ର ପାଢୀ ସାଧାରଣ ସମ୍ପାଦକ ଡିଜିଟାଲ ମିଡ଼ିଆ, କନ୍ଧମାଳ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.