ବ୍ରାହ୍ମଣୀଗାଁ ଋଷିମାଳ (ସ୍ନାତକ) ମହା ବିଦ୍ୟାଳୟରେ ନୁଆ – ଓ ଛାତ୍ର ବୃତ୍ତି ପ୍ରଦାନ

add-all

ଦାରିଙ୍ଗବାଡି, ୫/୩, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଋଷିମାଳ (ସ୍ନାତକ) ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଆଜି ନୁଆ – ଓ ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଭାସ୍କର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ସମ୍ମାନିତ ଅତିଥିଭାବେ ଡିଗ୍ରୀ କଲେଜର ସଭାପତି ଅଜୟ ରଣସିଂ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦେବରାଜ ବଳିଆରସିଂ, ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତ ମଳିକ ପ୍ରମୁଖ ଯୋଗେ ଦେଇ ଥିଲେ। ଋଷିମାଳ (ସ୍ନାତକ) ମହା ବିଦ୍ୟାଳୟର କଳା ଓ ବାଣିଜ୍ୟ ବିଭାଗର ମୋଟ ୪୬୫ ଛାତ୍ରୀଛାତ୍ରୀଙ୍କୁ ନୁଆ-ଓ ଛାତ୍ର ବୃତ୍ତି ମାନ ପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କାରା ଯାଇଥିଲା। ପ୍ରକାସ ଥାଉକି ନୂଆ – ଓ ଛାତ୍ର ବୃତ୍ତି ସଧାରଣ ବର୍ଗର ଛାତ୍ରଙ୍କ ପାଈଁ ୯ହଜାର ଟଙ୍କା ଥିବାବେଳେ ଛାତ୍ରୀଙ୍କ ପାଈଁ ୧୦ ହଜାର ଟଙ୍କା ରହିଛି। ସେହିପରି ଅନୁସୂଚିତ ଜାତି ଓ ଜନ ଜାତି ତଥା ନିର୍ମାଣ ଶ୍ରମିକ ବର୍ଗର ଛାତ୍ରଙ୍କ ପାଈଁ ୧୦ହଜାର ଟଙ୍କା ରହିଥିବା ବେଳେ ଛାତ୍ରୀଙ୍କ ପାଇଁ ୧୧ହଜାର ଟଙ୍କା ରହିଛି। ଏହି ପରି ପ୍ରେକ୍ଷୀରେ ଋଷୀମାଳ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ନୂଆ – ଓ ଛାତ୍ର ବୃତ୍ତି ପ୍ରାୟ ୪୬ ଲକ୍ଷ ୧୮ହଜାର ଟଙ୍କା ପାଇ ଥିବା କଲେଜ କତୃପକ୍ଷଙ୍କ ସୂଚନା ରହିଛି। ଏହି କାର୍ଯ୍ୟ କ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କ ସହିତ ସମସ୍ତ କର୍ମଚାରି ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.