ସରକାରି ବସ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ…

youtube

ଫୁଲବାଣୀ:କନ୍ଧମାଳ ଜିଲ୍ଲା ର ଫୁଲବାଣୀ ରୁ ଅନୁଗୁଳ ଅଭିମୁଖେ ଯାଉଥିବା OSRTC ସରକାରି ବସ୍
ରାଣୀପଥର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥ‌ିବା ବେଳେ ପାଖାପାଖୂ ୧୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୪୫ଯାତ୍ରୀ। ଖବର ଅନୁସାରେ ଜଣା ପଡ଼ିଛି ଯେ ଫୁଲବାଣୀ ଠାରୁ ଅନୁଗୁଳକୁ ଯାଉଥିବା OSRTC ଯାତ୍ରୀବାହୀ ବସ୍ OD19 C5420 ସକାଳ ୫ଟା ସମୟରେ ଯାଉଥିବା ବେଳେ
ରାଣୀପଥର ଘାଟିର ବୁଲାଣି ରାସ୍ତାରେ ଭାର ସାମ୍ୟ ହରାଇ ରାସ୍ତାକଡ ୱାଲରେ ବାଡ଼େଇ ତଳକୁ ଓଲଟି ପଡ଼ି ଯାଇଥିଲା ଏଥିରେ ପାଖାପାଖୂ ୪୫ରୁ ଅଧୂକ ଯାତ୍ରୀ ବସିଥିଲେ।
ସମସ୍ତେ ଅଳ୍ପକେ ବର୍ତି ଯାଇଥିବାବେଳେ ୧୫ଜଣ ସାମାନ୍ୟ ଆହତ ହୋଇଥ‌ିବା ସୂଚନା ମିଳିଛି। ଖବରପାଇ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଜିନିଷପତ୍ର ଉଦ୍ଧାର କରିଥ‌ିବା ବେଳେ ଆହତ ମାନଙ୍କୁ ନିକଟସ୍ଥ ପୁରୁଣା କଟକ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି । ସଦର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

Leave A Reply

Your email address will not be published.