ଓଡ଼ିଶା ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା

add-all

ଭୁବନେଶ୍ବର: ଓଡ଼ିଶାଗସ୍ତ ସାରି ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ପରେ ବିଜେପି ନେତାଙ୍କୁ ଦିଲ୍ଳୀ ଡାକରା । ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି | ସନ୍ଧ୍ୟା ୫ ଟା ବେଳେ ଦିଲ୍ଲୀରେ ବସିବା ଗୁରୁତ୍ୱପୂର୍ଣ୍ଣ ବୈଠକ | ଅପରାହ୍ନରେ ଦିଲ୍ଲୀରେ ଶୀର୍ଷ ନେତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଅନ୍ୟମାନେ ବୈଠକରେ ଉପସ୍ଥିତ ରହିବେ। ନିର୍ବାଚନ ରଣନୀତି ସହିତ ଟିକେଟ ବାବଦରେ ଆଲୋଚନା ହେବାର ସମ୍ଭାବନା ଅଧିକ ରହିଛି। ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା | ୨୪ ପାଇଁ ମିଶନ ଓଡ଼ିଶାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଡେଇଛନ୍ତି ରାଜ୍ୟ ସଭାପତି | ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ ସେ ନେଇ ଆଲୋଚନା ହେବ । ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୈତିକ ଦଳୀୟ ସମାବେଶରେ ଯୋଗ ଦେଇ ରାଜ୍ୟ ବିଜେପି ବିଜେପି ଶିବରକୁ ଉତ୍ସାହିତ କରିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସବୁ ବକ୍ତବ୍ୟ ରଖିଛନ୍ତି ସେଥିରେ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିବା ବେଳେ ଶାସକ ଦଳ ବିଜେଡି କୌଣସି ସମାଲୋଚନା କରିନାହାଁନ୍ତି ।

ମୋଦୀଙ୍କ ଚଣ୍ଡିଖୋଲ ସଭାରେ ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ ସେ ବିଜେଡିକୁ ଅସନ୍ତୋଷ କରିବାକୁ ଚାହୁଁନାହାନ୍ତି। ଅର୍ଥାତ ତାଙ୍କ ବନ୍ଧୁ ତାଲିକାରେ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ରହୁ ବୋଲି ସେ ଚାହୁଁଛନ୍ତି। ତେଣୁ ଓଡିଶାରେ ବିଜେପି ବିରୋଧୀ ଦଳରେ ଥିଲେ ମଧ୍ୟ ବିଜେଡି ବିରୋଧରେ ପଦୁଟିଏ ବି କହି ନାହାନ୍ତି ମୋଦୀ। ତେଣୁ ଆସନ ବୁଝାମଣା ହୋଇପାରେ ବା ଅଘୋଷିତ ମେଣ୍ଟର ଧାରା ଜାରି ରହିପାରେ। ତେଣୁ ଆଜି ବିଜେପି ବୈଠକ କରି ରାଜ୍ୟରେ ଦଳର ଆଭିମୁଖ୍ୟ କଣ ରହିବ ଏବଂ କେଉଁ ଆସନରୁ କିଏ ଲଢିବ ତାହା ସ୍ପଷ୍ଟ ହେବ।

ad-week
Leave A Reply

Your email address will not be published.