ମୌଳିକ ସମସ୍ୟାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟିଲେ ରଟିଙ୍ଗିଆ ଅଞ୍ଚଳବାସୀ

add-all

ଫୁଲବାଣୀ : ସରକାରଙ୍କ ବିଭିନ୍ନ ଯୋଜନା ସହିତ ମୌଳିକ ସମସ୍ୟାଗୁଡ଼ିକର ପ୍ରଶାସନ ସମାଧାନ କରୁଥିବାବେଳେ ଅନେକ ଅଞ୍ଚଳଗୁଡିକ ବଞ୍ଚିତ ହେଉଛି। ସେହି ପରି ଅନେକ ଅଞ୍ଚଳଗୁଡିକ ବାରମ୍ବାର ଲିଖିତ ଅଭିଯୋଗ ମାଧ୍ୟମରେ ଦାବି ଜଣାଇଲେ ମଧ୍ୟ ତାହାର ସମାଧାନ ହେଉନାହିଁ। ସୂଚନା ଅନୁସାରେ ଘୁ. ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ଅଞ୍ଚଳବାସୀଙ୍କ ଦ୍ଵାରା ବ୍ଲକ୍ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ଓ ରାଜନେତାମାନଙ୍କୁ ନିଜର ମୌଳିକ ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଥିଲେ ସୁଦ୍ଧା ତାହାର ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି। ଏହି ପଞ୍ଚାୟତ ତରଫରୁ ୪- ଜି ନେଟୱର୍କ ସ୍ଥାପନ, ପାନ୍ୟଜଳର ସୁବ୍ୟବସ୍ଥା, ମୁଖ୍ୟ ସଡ଼କ ମରାମତି, ଦୁଇଟି ଦ୍ୟାମର ଫାଟକ ମରାମତି, ସୌନ୍ଦର୍ଯ୍ୟକରଣ, ଆଲୋକିକରଣ ଓ ଶିକ୍ଷା ବ୍ୟବସ୍ଥା ସହ ଭିତ୍ତିଭୂମି ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ଦାବି ପ୍ରଦାନ କରିଥିଲେ। ଏହାକୁ ନେଇ ଆଜି ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ବିଷ୍ଣୁଦେବ ପ୍ରଧାନ, ସମିତି ସଭ୍ୟ ତଥା ଘୁ.ଉଦୟଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ୍. ଲୁକ, ନାଏବ ସରପଞ୍ଚ ସାରଳା ପ୍ରଧାନ, କଂଗ୍ରେସ ବ୍ଲକ ସଭାପତି ସଦାନନ୍ଦ ନାୟକ, ସମାଜସେବୀ ହୃଷିକେଶ ପ୍ରଧାନଙ୍କ ନେତୃତ୍ୱରେ ଅଞ୍ଚଳବାସୀ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ସାକ୍ଷାତ କରି ଦାବି ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଞ୍ଚଳର ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଥିବା ସମସ୍ତ ସମସ୍ୟା ଉପସ୍ଥାପନ କରି ଅବଗତ କରିଥିବାବେଳେ ଅଞ୍ଚଳବାସୀ ଶାନ୍ତ୍ବନା ମୂଳକ ପ୍ରତିଶ୍ରୁତି ପାଇନଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ରାଜରାସ୍ତାକୁ ରୋକ କରିବା ସହିତ ଭୋଟ ବର୍ଜନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ପ୍ରଦାନ କରିଛନ୍ତି। ଆଜି ରଟିଙ୍ଗିଆ ଅଞ୍ଚଳରୁ ୱାର୍ଡ ସଭ୍ୟା ମନ୍ଦାକିନୀ ନାୟକ, ସାବିତ୍ରୀ ପ୍ରଧାନ, ଲିନା ପ୍ରଧାନ, ରିତାରାଣୀ ପ୍ରଧାନ ସଭ୍ୟ ଜୟ ଚନ୍ଦ୍ର ପ୍ରଧାନ, ଜୟାନନ୍ଦ ପ୍ରଧାନ, ଜନକ ପ୍ରଧାନଙ୍କ ସମେତ କରାଳ ମଲ୍ଲିକ, ମିତ୍ରକା ନାୟକ, ମିଳନ ନାୟକ, ଜୟନନ୍ଦ ନାୟକ, ଉମେଶ ଚନ୍ଦ୍ର ପ୍ରଧାନ ଓ ସାନୁଜ ପ୍ରଧାନଙ୍କ ସହିତ ଅଞ୍ଚଳର ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.