ସ୍ଥାୟୀ ପଟ୍ଟା ଦାବିରେ କେପିଏଫ ପକ୍ଷରୁ ରାଲି ଓ ବିକ୍ଷୋଭ

youtube

ଫୁଲବାଣୀ : ସଦର ମହକୁମା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ଲୋକଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ବୁଧବାର ଅଗ୍ରଣୀ ସାମାଜିକ ସଂଗଠନ କନ୍ଧମାଳ ପିପୁଲସ ଫୋ୍ରମ (କେପିଏଫ୍) ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସମାଜସେବୀ, ବରିଷ୍ଠ ସାମ୍ବାଦିକ ରାଧାମୋହନ ମହାପାତ୍ରଙ୍କ ବଳିଷ୍ଠ ନେତୃତ୍ୱରେ ଏକ ବିଶାଳ ରାଲିରେ ଶତାଧିକ ଲୋକ, ବୁଦ୍ଧିଜୀବୀ, ସ୍ଲୋଗାନ ଦେବାସହ ହାତରେ ପ୍ଲାକାର୍ଡ ଧରି ସ୍ଥାନୀୟ ମାଦିକୁନ୍ଦାଛକରୁ ବାହାରି ବିଜୁ ପଟ୍ଟନାୟକ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ l ସରକାରୀ ଜମିରେ ଜବରଦଖଲ କରି ପୁରୁଷ ପୁରୁଷ ଧରି ରହି ଆସୁଥିବା ଲୋକଙ୍କୁ ତୁରନ୍ତ ସ୍ଥାୟୀ ଘରବାରି ଜମି ପଟ୍ଟା ପ୍ରଦାନ କରିବା ନେଇ ଦାବି କରାଯାଇଥିଲା l ସେହିପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ( ଇକୋ ଟୁରିଜିମ୍ ହବ )କରିବା ଦାବି କରାଯାଇଥିଲା lଏହାଦ୍ୱାରା ଜିଲ୍ଲା, ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକ ମାନେ ବହୁ ସଂଖ୍ୟାରେ ଏଠାକୁ ଆସିବେ ଓ ଜିଲ୍ଲାର ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ହେବ ବୋଲି ଅଧ୍ୟକ୍ଷ ମହାପାତ୍ର କହିଥିଲେ l
ଉଡାଣ ଯୋଜନାରେ କନ୍ଧମାଳ ଜିଲ୍ଲାକୁ ବିମାନ ସେବା ,ଡାକପାଲା ଠାରୁ ଭାୟା ସାଇନପଦର ଅରlପାଜୁ ସ୍ଥାୟୀ ରାସ୍ତା ନିର୍ମାଣ, ସାଇନପଦର ସ୍କୁଲ ର ଉନ୍ନତିକରଣ ଆଦି ଅନ୍ତର୍ଭୁକ୍ତ l ଏହି ଅବସର ରେ ଏକ ଦାବିପତ୍ର ଜିଲ୍ଲାପାଳ କନ୍ଧମାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା lକେପିଏଫ ର ସଂମ୍ପାଦକ ନୀଳ ମାଧବ ମିଶ୍ର, ଉପ ସଭାପତି ପ୍ରିୟ ରଞ୍ଜନ ମିଶ୍ର, ମହିଳା ସଭାନେତ୍ରୀ ସନ୍ଧ୍ୟା ରାଣୀ ରାୟ ଯୁବ ଉପ ସଭାପତି ନିତେନ୍ ମହାପାତ୍ର ,କାଁହୁ ଚରଣ ଡିଗାଲ , ସତ୍ୟଭାମା ନାଗ, ସୁନିତା ମହାରଣା, ପାର୍ବତୀ ବେହେରା ଙ୍କ ସମେତ ସମସ୍ତ ସଦସ୍ୟ, କର୍ମକର୍ତା ଉପସ୍ଥିତ ଥିଲେ l

Leave A Reply

Your email address will not be published.