
ଆର, ଉଦୟଗିରି : ସ୍ଥାନୀୟ ମୋହନା ହିଲ୍ଟପ କଲେଜ ସମ୍ମିଳନୀ କକ୍ଷରେ ବିଜୁ ଜୟନ୍ତୀ ଅବସରରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜ୍ ଅଧ୍ୟକ୍ଷ ଜଗନ୍ନଥ ପଣ୍ଡା ଓ ଅଧ୍ୟାପିକା ଶ୍ରୀମତିସୟଂପ୍ରଭା ସାହୁ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ଉପସଭାପତି ତଥା ପୂର୍ବତନ କଲେଜ ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ, ମୁଖ୍ୟ ବକ୍ତା ଭାବେ କଲେଜ ପରିଚାଳନା କମିଟି ସଭାପତି ଦିବାକର ପାଢୀ , ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ ବୀର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଛାତ୍ରବୃତ୍ତି ହିସାବରେ ପ୍ରତି ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ଅନୁଦାନ ପତ୍ର ବଣ୍ଟନ କରାଯାଇଥିଲା ବେଳେ କଲେଜର ୪୯୮ ଜଣ ସ୍ନାତକ ଛାତ୍ରଛାତ୍ରୀ ଏହି ସୁଯୋଗ ହାସଲ କରିଥିଲେ । ଏହି କାର୍ଯ୍ୟକ୍ରମର ଅଧ୍ଯାପକ ପାଣିଗ୍ରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ପଡମ୍ବ ପାଟ୍ଯୋସି ଧନ୍ୟବାଦ ଅର୍ପଣ କରିଥିଲେ ।