ଦେଶର ପ୍ରଥମ ଅଣ୍ଡରୱାଟର୍ ମେଟ୍ରୋ ଟନେଲ ଉଦଘାଟିତ

add-all

ପାଣି ଭିତରେ ଦୌଡିବ ମେଟ୍ରୋ। ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘଦିନର ଏହି ପ୍ରୋଜେକ୍ଟକୁ ଉଦଘାଟିତ କରିଛନ୍ତି।

କୋଲକାତାରେ ହୁଗୁଳି ନଦୀ ଭିତରେ ୧୬.୬ କିଲୋମିଟର ପର୍ଯ୍ୟନ୍ତ ଏହି ଅଣ୍ଡରୱାଟର ମେଟ୍ରୋ ଟନେଲ ନିର୍ମାଣ କରାଯାଇଛି। ୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ଆଜି ପୂର୍ଣ୍ଣ ରୂପ ନେଇଛି।

ଟନେଲ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ମେଟ୍ରୋରେ ଯାତ୍ରା କରିଛନ୍ତି। ଏହି ସମୟରେ ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ପ୍ରଧାନମନ୍ତ୍ରୀ। 

ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦାଘଟନ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଏକ ରାଲିକୁ ସମ୍ବୋଧିତ କରିବେ। ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇପାରନ୍ତି।

ad-week
Leave A Reply

Your email address will not be published.