ଓଡ଼ଗାଁ କଲେଜ ଏବଂ କୁରାଳ ସଂସ୍କୃତ ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ରବୃତ୍ତି ବିତରଣ କାର୍ଯ୍ୟକ୍ରମ

ନୟାଗଡ଼: ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଏବଂ କୁରାଳ ସଂସ୍କୃତ ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରିବା ସହିତ ୮୩୩ ଜଣଙ୍କୁ ନୂଆ-ଓ ଛାତ୍ରବୃତ୍ତିର ଅନୁମୋଦନ ଆଦେଶପତ୍ର ବଣ୍ଟନ କରିଥିଲେ । ଏହି ୮୩୩ଜଣ ଛାତ୍ରଛାତ୍ରୀ ଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଅର୍ଥ ମଞ୍ଜୁର ହୋଇଛି ବୋଲି ସେ କହିଥିଲେ। ଏହାସହ ନବୀନ ଓଡ଼ିଶା ସ୍ମାର୍ଟକାର୍ଡ ଏବଂ ଓଡ଼ିଶା ମ୍ୟାଜିକ କାର୍ଡ ରେଜିଷ୍ଟେସନ ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଏହାର ପଞ୍ଜିକରଣ ଶୁଭାରମ୍ଭ କରିଛନ୍ତି । ସମସ୍ତେ ତାର ସୁଯୋଗ ନେବା ଦରକାର ବୋଲି ବ୍ଲକ ଅଧ୍ୟକ୍ଷ କହିଥିଲେ । କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ ଛାତ୍ରଛାତ୍ରୀ ଙ୍କ ପ୍ରତିଭାରେ ଓଡ଼ିଶା ଏବଂ ଦେଶ ଗର୍ବ କରୁବୋଲି ଏହି ନୂଆ-ଓ ଛାତ୍ରବୃତ୍ତି ଆରମ୍ଭ କରିଛନ୍ତି ଏହା ଦ୍ଵାରା ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭରୁ ବଞ୍ଚିତ ହେବନାହିଁ ବୋଲି କହିଥିଲେ ।
ସେହିପରି କୁରାଳ ସଂସ୍କୃତ ମହାବିଦ୍ୟାଳୟ ରେ ଆୟୋଜିତ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ ଯୋଗଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଝିଲି ପ୍ରଧାନ, ସମିତିସଭ୍ୟ କନକ ପାତ୍ର, ବିଦ୍ୟାଳୟ ପରିଚାଳନା ପରିଷଦ ସଭ୍ୟା ଶ୍ରାବଣୀ ଆଚାର୍ଯ୍ୟ, ସାମ୍ବାଦିକ ଗଣେଶ୍ୱର ସାହୁ ଯୋଗଦେଇଥିଲେ । କଲେଜ ତରଫରୁ କାର୍ଯ୍ୟକ୍ରମ ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା ।

nis-ad
Leave A Reply

Your email address will not be published.