ମେଗା ହଳଦୀ କ୍ଲଷ୍ଟର ଋଣମେଳା ଅନୁଷ୍ଠିତ

add-all

ଦାରିଙ୍ଗବାଡ଼ି, ୬/୩ : ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ ଶାଖା ଫୁଲବାଣୀ ତରଫେ, ଦାରିଙ୍ଗବାଡ଼ି ଶାଖା ପୌରହିତରେ ଆଇଟିଆଇ ପଡ଼ିଆରେ ଏକ ମେଗା ହଳଦୀ କ୍ଲଷ୍ଟର ଋଣମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କର ମହା ପ୍ରବନ୍ଧକ ଦିନେଶ ପୃଥୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହା ପ୍ରବନ୍ଧକ ଉତ୍ତମ କୁମାର ହାଜରା ଚୌଧୁରୀ , ଉପ ମହା ପ୍ରବନ୍ଧକ ସନ୍ଦୀପ କୁମାର ଚୌବେ, ମାନସ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ୧୦୧ ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ତିନି କୋଟି ୧୦ ଲକ୍ଷ ଟଙ୍କା ଏବଂ ଜଣ କୃଷକଙ୍କୁ ମୋଟ ଏକୋଇଶ ଲକ୍ଷ ଟଙ୍କା ଚାଷ ଋଣ ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପୃଥୀ ସମାଜର ଉନ୍ନତିରେ ବ୍ୟାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ଶାଖା ତରଫରୁ ପ୍ରଦାନ କରାଯାଇଥିବା ୫୧ ଜଣ ମୋ ସ୍କୁଟି ହିତାଧିକାରୀଙ୍କୁ ଅତିଥିମାନେ ପତାକା ଦେଖାଇ ଉଦଘାଟନ କରିଥିଲେ। ଏଥିରେ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ ଶାଖା ଫୁଲବାଣୀର ମୁଖ୍ୟ ପରିଚାଳକ ପ୍ରଦ୍ୟୁମ୍ନ କିଶୋର ସ୍ୱାଇଁ ଏବଂ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବ୍ରଜକିଶୋର ପାଢ଼ୀ ଉପସ୍ଥିତ ରହି ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.