ମହିଳାଙ୍କ ସମ୍ମାନ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ: ମାଓବାଦୀ

add-all

ମାଲକାନଗିରି: ଆନ୍ଧ୍ର ଓଡ଼ିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତାକାଲି (୨୦୨୪ ମାର୍ଚ୍ଚ ୮) ମହିଳା ଦିବସ ପାଳନ ନେଇ ଏହି ପ୍ରେସ ବିଜ୍ଞପ୍ତିରେ ମାଓ ସଂଗଠନ ପକ୍ଷରୁ ଆହ୍ବାନ କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟିରେ ମହିଳାଙ୍କ ସଂଗଠନ ଦୀର୍ଘ ସ୍ଥାୟୀ ହୋଇ ରହିଛି। ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କୁ ସମ୍ମାନ ଦେବା ସହ ତାଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ କରିବା ନାହିଁ। ମହିଳାଙ୍କ ଅଧିକାରକୁ ଲୁଣ୍ଠନ କରୁଥିବା ସହକାରଙ୍କୁ ବିରୋଧ କରନ୍ତୁ ବୋଲି କୁହାଯାଇଛି। ପ୍ରତ୍ୟେକ ଗାଁରେ ମହିଳା ଦିବସକୁ ଧୁମଧାମରେ ପାଳନ କରିବାକୁ ଆହ୍ବାନ କରାଯାଇଛି। ଦେଶରେ ଶାସନ କରୁଥିବା ବିଜେପି ସରକାରରେ ମହିଳାଙ୍କ ପ୍ରତି ଅତ୍ୟାଚାର କରି ଚାଲିଛି।
ଗତ ୧୦ ବର୍ଷରେ ଧାର୍ମିକ ଭାବନାକୁ ଠେସ ପହଞ୍ଚାଇବା ସହ ଦଳିତ ତଥା ଆଦିବାସୀଙ୍କ ଉପରେ ଆକ୍ରମଣ କରି ଚାଲିଛି। ମଣିପୁରରେ ହୋଇଥିବା ମହିଳାଙ୍କ ପ୍ରତି ଅସଦାଚରଣ ସମସ୍ତଙ୍କୁ ମନେ ଅଛି। ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ମହିଳା ବିରୋଧ କରୁଛନ୍ତି। ପୁରୁଷ କିମ୍ବା ମହିଳା ରାଜ୍ୟର ଦାସ ପାଲଟିଛନ୍ତି ବୋଲି କୁହାଯାଇଛି।ମହିଳା ସଶକ୍ତୀକରଣ ନେଇ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ପ୍ରକୃତରେ କରାଯାଉ ନାହିଁ। ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦିଆଯିବା କଥା କେବଳ କାଗଜ କଲମରେ। ରାକାପାଲ୍ଲୀରେ ୧୧ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଯବାନ। ସେମାନେ ଆଇନଗତ ନ୍ୟାୟ ପାଇଁ ଲଢ଼ି ଲଢ଼ି ନୟାନ୍ତ। ସେମାନଙ୍କ ମଧ୍ୟରୁ ୨ ଜଣ ମୃତ୍ୟୁବରଣ କରିସାରିଲେଣି।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ବହୁ ଆଇନ ଆଣିଛନ୍ତି। କିନ୍ତୁ ଅଂଗନବାଡି ଦିଦିମାନଙ୍କ ପାଇଁ ତାଂକର ଦାବିକୁ ପୂରଣ କରାଯାଉ ନାହିଁ। ଦେଶର ମହିଳାମାନେ ଏକଜୁଟ ହେବା ଉଚିତ। ସେମାନଙ୍କ ପ୍ରତି ହେଉଥିବା ହିଂସା, ଅତ୍ୟାଚାର, ଅସଦାଚରଣ ଏବଂ ଶୋଷଣ ବିରୋଧରେ ଶକ୍ତିଶାଳୀ ଆନ୍ଦୋଳନ କରିବା ଉଚିତ।କେନ୍ଦ୍ର ସରକାରଙ୍କୁ ଉଚିତ ଜବାବ ଦେବାକୁ ଶୁକ୍ରବାର ସମସ୍ତ ମହିଳା ଏକଜୁଟ ହୋଇ ଏହି ଦିବସକୁ ସେମାନଙ୍କର ଦିବସ ବୋଲି ଭାବି ସରକାରଙ୍କୁ ଚେତାବନୀ ଦେବା ଉଚିତ ବୋଲି ସଚିବ ଗଣେଶ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.