ଛତ୍ରପୁର : ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼ଃ.ଅଜୟ କୁମାର ତ୍ରିପାଠୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହାକୁ ନେଇ ନୂତନ ଅଧ୍ୟକ୍ଷଙ୍କୁ ଏହି କଲେଜ୍ ର ପୁରାତନ ଛାତ୍ର ସଂସଦ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୁରାତନ ଛାତ୍ର ସଂଘର ସଭାପତି ତଥା ବରିଷ୍ଠ ଆଇନଜୀବି ବ୍ରଜମୋହନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ସାମ୍ୱାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ଶିକ୍ଷକ ଦିଲୀପ କୁମାର୍ ପଲେଇ ଏବଂ ଏହି କଲେଜ୍ ର ବହୁ ପୁରାତନ ବିଦ୍ୟାର୍ଥୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଜିଲ୍ଲାର ସଦରମହକୁମା ଛତ୍ରପୁରରେ ଅବସ୍ଥାପିତ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ଏହି ବିଜ୍ଞାନ ମହାବିଦ୍ୟାଳୟ ଆଗକୁ ଯେପରି ସ୍ୱୟଂଚାଳିତ ଭାବେ ଘୋଷିତ ହେବ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବା ସାଂଗକୁ ବିହିତ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି । ଏହି ମହାବିଦ୍ୟାଳୟର ଅଧିକରୁ ଅଧିକ ଯେପରି ଶୈକ୍ଷିକ
ବାତାବରଣ ସୃଷ୍ଟି ହୋଇପାରିବ ଏବଂ ବିବିଧ ଅଦ୍ଭାବ ବୋଧକୁ ପରି ପୂରଣ କରାଯାଇପାରିବ ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ କଲେଜ ର ନୂତନ ଅଧ୍ୟକ୍ଷ ଙ୍କୁ ଦୃଷ୍ଟି ଦେବାକୁ ବିଦ୍ୟାର୍ଥୀମାନେ ପରାମର୍ଶ ଦେଇଛନ୍ତି । ଏହି ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଶିକ୍ଷା ବିଷୟ ଭାବରେ ଗୃହ ବିଜ୍ଞାନ (Home Science), ଶିକ୍ଷା (education) ଏବଂ ଭୂଗୋଳ ( geography )ଭଳି ନୂତନ ବିଷୟ ଆରମ୍ଭ କରିବା ନେଇ ଆଲୋଚନା କରଯାଇଥିଲା।
ଏପରିକି ଶିକ୍ଷାଦାନ ସହିତ ଯେପରି ବିଦ୍ୟାର୍ଥୀ ମାନଙ୍କୁ ମହାବିଦ୍ୟାଳୟ ମଧ୍ୟରେ ଅଧିକ ସମୟ ଧରି ସାମିଲ କରାଯାଇପାରିବ, ସେଭଳି ପଦକ୍ଷେପ ଗ୍ରହଣ କରିବାକୁ ନୂତନ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରାଯାଇଥିଲା।
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂଘର ସମ୍ପାଦକ ସମୀର କୁମାର ଆଚାର୍ଯ୍ୟ,
ବରିଷ୍ଠ ଆଇନଜୀବି ପି.ଧର୍ମା ରେଡି ଓ ସୀମାଞ୍ଚଳ ମହାପାତ୍ର, ପୂର୍ବତନ ଛାତ୍ର ବସନ୍ତ ପଟ୍ଟନାୟକ,ଶିକ୍ଷାବିତ ଚିନ୍ମୟାନନ୍ଦ ଦାଶ, ଛତ୍ରପୁର ପ୍ରେସ କ୍ଳବ୍ ର ଉପ-ସଭାପତି ସନ୍ତୋଷ କୁମାର ମିଶ୍ର, କ୍ଷୀରୋଦ ଚନ୍ଦ୍ର ସାହୁ, ବିସ୍ମୟ ପ୍ରଧାନଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।।
