ଦେଶ ଛାଡିବାକୁ ଚାହୁଁଛନ୍ତି ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ

add-all

ଦେଶ ଛାଡିବାକୁ ଚାହୁଁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟାକାଣ୍ଡ ମାମଲାର ଦୋଷୀ ଏସ୍. ନଳିନୀ। ସେ ବ୍ରିଟେନ୍‌ରେ ନିଜ ଝିଅ ସହ ମିଶି ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ମଡ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପାସପୋର୍ଟ ପାଇବା ଉଦ୍ଦେଶ୍ୟରେ ତାଙ୍କ ସ୍ୱାମୀଙ୍କୁ ଭାରତର ଶ୍ରୀଲଙ୍କା ଡେପୁଟି ହାଇ କମିଶନଙ୍କ ନିକଟରେ ହାଜର ହେବାକୁ ଅନୁମତି ଦେବାକୁ ସେ କୋର୍ଟରେ ଆବେଦନ କରିଛନ୍ତି।

ରାଜୀବ ଗାନ୍ଧି ହତ୍ୟା ମାମଲାରେ ନାଳିନୀଙ୍କ ସ୍ୱାମୀ ଶ୍ରୀହରନ ଓରଫ ମୁରୁଗନ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ନଳିନୀ ନିଜ ଆବେଦନରେ କହିଛନ୍ତି ଯେ, ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ଏହି ମାମଲାରେ ସମସ୍ତ ୭ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଶ୍ରୀଲଙ୍କାର ନାଗରିକ ହୋଇଥିବାରୁ ତାଙ୍କୁ ତିରୁଚିରାପଲ୍ଲୀର ଏକ ସ୍ୱତନ୍ତ୍ର ଶିବିରରେ ରଖାଯାଇଛି। ନାଳିନୀ ବର୍ତ୍ତମାନ ଲଣ୍ଡନରେ ରହୁଥିବା ଝିଅ ସହିତ ରହିବାକୁ ଚାହୁଁଛନ୍ତି। ସେ ଏବଂ ତାଙ୍କ ସ୍ୱାମୀ ସମସ୍ତ ଦେଶ ଭ୍ରମଣ ପାଇଁ ପାସପୋର୍ଟ ପାଇଁ ଆବେଦନ କରିଛନ୍ତି। ୩୦ ଜାନୁୟାରୀ ୨୦୨୪ ରେ ତାଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା।

ତାଙ୍କର ଇଣ୍ଟରଭ୍ୟୁ ପୂରା ହୋଇ ସାରିଥିବା ବେଳେ ଶ୍ରୀଲଙ୍କାର ବାଣିଜ୍ୟ ଦୂତାବାସ ଦ୍ୱାରା ଡକାଯିବା ପରେ ତାଙ୍କ ସ୍ୱାମୀ ଇଣ୍ଟରଭ୍ୟୁରେ ସାମିଲ ହୋଇପାରିନଥିଲେ। ମୁରୁଗନଙ୍କୁ ଯେଉଁ ଶିବିରରେ ରଖାଯାଇଛି ସେଠାକାର ସ୍ଥିତି ଖରାପ ଯୋଗୁ ଏକ ମାସ ଭିତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ତେଣୁ ସ୍ୱାମୀଙ୍କ ସହ କିଛି ବି ଅଘଟଣ ଘଟିବା ପୂର୍ବୂରୁ ସେ ନିଜ ଝିଅ ପାଖକୁ ଯିବାକୁ ଚାହୁଁଛନ୍ତି ବୋଲି ନଳିନୀ ନିଜ ଆବେଦନରେ କହିଛନ୍ତି।

ପାସପୋର୍ଟ ହାସଲ କରିବା ପାଇଁ ସାକ୍ଷାତକାର ଲାଗି ତାଙ୍କ ସ୍ୱାମୀଙ୍କୁ ଚେନ୍ନାଇର ଶ୍ରୀଲଙ୍କା କନସୁଲେଟକୁ ଯିବାକୁ ଅନୁମତି ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନଳିନୀ ଅନୁରୋଧ କରିଛନ୍ତି। ଆବଶ୍ୟକ ପଡିଲେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବାକୁ ମଧ୍ୟ ନଳିନୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିଜ ଆବେଦନରେ ଗୁହାରି କରିଛନ୍ତି।

ad-week
Leave A Reply

Your email address will not be published.